ଦୁର୍ଗାପୂଜା ପାଇଁ ରାଜଧାନୀରେ ଟ୍ରାଫିକ୍ କଟକଣା : ଜାଣନ୍ତୁ କେଉଁ ପଟେ ଯିବ ବଡ ଗାଡି ? ନିୟମ ଉଲ୍ଲଙ୍ଘନ କଲେ ଜରିମାନା

259

କନକ ବ୍ୟୁରୋ : ଆଗକୁ ଦୂର୍ଗା ପୂଜା । ତେଣୁ ଯାନବାହନ ଗହଳି ସହିତ ଲୋକଙ୍କ ଭିଡ ବଢିବ । ତେଣୁ ସୁନିୟନ୍ତ୍ରିତ ଗାଡି ଚଳାଚଳ ପାଇଁ କମିଶନରେଟ ପୋଲିସ ଅକ୍ଟୋବର ୧ରୁ ୫ ଯାଏ କିଛି ରାସ୍ତାର ନିୟମ ପରିବର୍ତନ କରିଛି । ମୁଖ୍ୟତଃ ଭାରୀଯାନ ଯିବା ଉପରେ କଟକଣା ରହିଛି । ନିୟମ ଉଲ୍ଲଙ୍ଘନ କଲେ ସର୍ବନିମ୍ନ ୫୦୦ ଟଙ୍କା ଏବଂ ସର୍ବାଧିକ ୧୦୦୦ ଟଙ୍କା ଜରିମାନା ଦେବାକୁ ହେବ ।

ଭାରୀଯାନ ଉପରେ କଟକଣା

– ଖଣ୍ଡଗିରି ଛକରୁ ପୋଖରୀପୁଟ ଛକ ଏବଂ ଏହାକୁ ସଂଯୋଗ କରୁଥିବା ରାସ୍ତା
– ଫାୟାର ଟ୍ରେନିଂ ସ୍କୁଲ ଛକରୁ ଶିଶୁଭବନ ଛକ ଏବଂ ଏହାକୁ ସଂଯୋଗ କରୁଥିବା ରାସ୍ତା
– ସିଆରପି ଛକରୁ ପାୱାର ହାଉସ ଛକ ଏବଂ ଏହାକୁ ସଂଯୋଗ କରୁଥିବା ରାସ୍ତା
– ଜୟଦେବ ବିହାର ଛକରୁ ରାଜଭବନ ଛକ ଏବଂ ଏହାକୁ ସଂଯୋଗ କରୁଥିବା ରାସ୍ତା
– ଜୟଦେବ ବିହାର ଛକରୁ ନନ୍ଦନକାନନ ଛକ ଏବଂ ଏହାକୁ ସଂଯୋଗ କରୁଥିବା ରାସ୍ତା
– ଆଚାର୍ଯ୍ୟ ବିହାର ଛକରୁ ବିମାନ ବନ୍ଦର ରାସ୍ତା ଏବଂ ଏହାକୁ ସଂଯୋଗ କରୁଥିବା ରାସ୍ତା
– ଆଚାର୍ଯ୍ୟ ବିହାର ଛକରୁ କଳିଙ୍ଗ ହସ୍ପିଟାଲ ଛକ ଏବଂ ଏହାକୁ ସଂଯୋଗ କରୁଥିବା ରାସ୍ତା
– ବାଣୀବିହାର ଛକରୁ ଶିଶୁଭବନ ଛକ ଏବଂ ଏହାକୁ ସଂଯୋଗ କରୁଥିବା ରାସ୍ତା
– ରସୁଲଗଡ ଛକରୁ ଲିଙ୍ଗିପୁର ଛକ ଏବଂ ଏହାକୁ ସଂଯୋଗ କରୁଥିବା ରାସ୍ତା
– ବରମୁଣ୍ଡାଠାରୁ ପଳାଶୁଣୀ ପର୍ଯ୍ୟନ୍ତ ଉଭୟ ଉଭୟ ପାଶ୍ୱର୍ରେ ଥିବା ସର୍ଭିସ ରୋଡ୍
– ଜୟଦେବ ବିହାର ସର୍ଭିସ ରୋଡରୁ ନୟାପଲ୍ଲୀ ଅଣ୍ଡର ପାସ ଦେଇ ଯାଇପାରିବେ ନାହିଁ

ଭାରୀଯାନ ଯାଇପାରିବ

– ଖୋର୍ଦ୍ଧାରୁ କଟକ ଯାଉଥିବା ଭାରୀଯାନ ପିତାପଲି ଠାରୁ ବାମ ପାଶ୍ୱର୍ ରାସ୍ତାରେ ଡାଇଭର୍ସନ ହେବ
– ଚନ୍ଦକା ବାରଙ୍ଗ ରାସ୍ତା ଦେଇ ବାଲିକୁଦ ଠାରେ ଜାତୀୟ ରାଜପଥ ୧୬କୁ ସଂଯୋଗ କରିବ
– ରାବଣ ପୋଡି ବେଳେ କଟକରୁ ଆସୁଥିବା ଗାଡି ଜୟଦେବ ବିହାର ଠାରେ ବାମ ପାଶ୍ୱର୍ରେ ଯିବ
– ବେହେରା ସାହି, ଶାସ୍ତ୍ରୀ ନଗର, ପାୱାର ହାଉସ ଏବଂ ୟୁନିଟ-୮. ଡିଏଭି ସ୍ତୁଲ ଦେଇ ସିଆରପିରେ ମିଶିବ
– ପୁରୀ ପଟୁ ବରମୁଣ୍ଡା ଆସୁଥିବା ଯାନ ଲିଙ୍ଗିପୁର ଛକ ଠାରୁ ସାମନ୍ତରାପୁର, କଳ୍ପନା ରାଜମହଲ, ଶିଶୁ ଭବନ, ଗଙ୍ଗନଗର ଦେଇ ଫାୟାର ଟ୍ରେନିଂ ସ୍କୁଲ ଆଗରେ ବାହାରିବେ
– ପୁରୀ ପଟୁ କଟକ ଯାଉଥିବା ଯାନ ଲିଙ୍ଗିପୁର ଛକଠାରୁ ବାଇପାସ ଦେଇ ହାଇଟେକ ମେଡିକାଲ ଛକରେ ବାହାରିବେ