ବାରିପଦାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ରାସ୍ତାରୁ ୧୦ ଫୁଟ ତଳକୁ ଖସିଲା ଟ୍ରାକ୍ଟର । ୪ ଜଣଙ୍କର ମୃତ୍ୟୁ ।

78

କନକ ବ୍ୟୁରୋ: ବାରିପଦାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଭାରସାମ୍ୟ ହରାଇ ରାସ୍ତାରୁ ୧୦ ଫୁଟ ତଳକୁ ଖସିଲା ଦ୍ରୁତଗାମୀ ଟ୍ରାକ୍ଟର । ଯାହାଫଳରେ ଏହି ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୨୦ରୁ ଅଧିକ ଗୁରୁତର ଅଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନାରେ ଭର୍ତି କରାଯାଇଛି । ଖବର ପାଇ ଅଗ୍ନିଶମ ବାହିନୀ ଓ ଝାରପୋଖରିଆ ପୋଲିସ ପହଁଚି ଉଦ୍ଧାରକାମକୁ ତ୍ୱରାନ୍ୱିତ କରିଛନ୍ତି । ଡମଣ ସାହିରୁ ଆଦିବାସୀ ନୃତ୍ୟ ପରିବେଷଣ କରି ଘରକୁ ଫେରିବା ସମୟରେ କଳାକାରଙ୍କ ଗାଡି ଏପରି ଦୁର୍ଘଟଣା ଘଟିଛି । ଘଟଣା ସ୍ଥଳରେ ଜଣେ ପୁରୁଷଙ୍କର ମୃତ୍ୟୁ ହୋଇଥିଲା । ଡାକ୍ତରଖାନାରେ ଦେଢ ବର୍ଷର ଶିଶୁ ସହିତ , ଜଣେ ପୁରୁଷ ଓ ମହିଳାଙ୍କର ମୃତ୍ୟୁ ହୋଇଛି । ଗୁରୁତରଙ୍କୁ ଶୀର୍ଷା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ଅଧିକ ଗୁରୁତରଙ୍କୁ ବାରିପଦା ପିଆରଏମ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଦୁର୍ଘଟଣାର ଶିକାର ହୋଇଥିବା ସମସ୍ତ ବ୍ୟକ୍ତି ଆଦିବାସୀ କଳାକାର ବୋଲି ଜଣାପଡିଛି ।