ହିମାଚଳ ପ୍ରଦେଶ ସୋଲନରେ କେବଲ କାରରେ ଫସିଛନ୍ତି ଯାତ୍ରୀ: ଉଦ୍ଧାର ପାଇଁ ଜୁଟିଛି ସ୍ଥାନୀୟ ପ୍ରଶାସନ

106

କନକ ବ୍ୟୁରୋ: କେବଲ କାରରେ ପ୍ରକୃତିର ମଜା ନେବା ପଡିଗଲା ମହଙ୍ଗା । ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଅଧା ବାଟରେ ଅଟକିଲା କେବଲ କାର । ମଝି ଆକାଶରେ ଝୁଲି ରହିଲେ ୧୧ ଯାତ୍ରୀ । ଏଭଳି ଘଟଣା ଦେଖିବାକୁ ମିଳିଛି ହିମାଚଳ ପ୍ରଦେଶ ସୋଲନରେ । ପରବନୁ ଟିମ୍ବର ଟ୍ରେଲରେ କେବଲ କାରରେ ୧୧ ଜଣ ପର୍ଯ୍ୟଟ୍ରକ ଯାତ୍ରା କରୁଥିଲେ । ମଝି ଆକାଶରେ ଅଟଗିକଲା କେବଲ କାର । ଆଉ ଫସିଗଲେ ପର୍ଯ୍ୟଟକ । ଖବର ପାଇଁ ଏନଡିଆରଏଫ ଟିମ ପହଁଚିଥିଲା । ଆଉ ସେମାନଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ବର୍ତମାନ ସୁଦ୍ଧା ୨ ଜଣଙ୍କୁ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି ।