ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା । ଆଜିଠାରୁ ଆସନ୍ତା ସୋମବାର ଯାଏଁ ସମ୍ପୂର୍ଣ୍ଣ କର୍ଫ୍ୟୁ

92

କନକ ବ୍ୟୁରୋ : ଦିଲ୍ଲୀ ସରକାର କରୋନା ମହାମାରୀକୁ ଦୃଷ୍ଟିରେ ରଖି ଆଜି ରାତିଠାରୁ ସୋମବାର (୨୬ ଏପ୍ରିଲ) ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ କର୍ଫ୍ୟୁ ଘୋଷଣା କରିଛନ୍ତି । ସପ୍ତାହନ୍ତ କର୍ଫ୍ୟୁ ବେଳେ ଯେଭଳି କଟକଣା ଲାଗୁ କରାଯାଇଥିଲା ଏହି ସମୟରେ ବି ଠିକ୍ ସେହି କଟକଣା ବଳବତ୍ତର ରହିବ ।
ଆପଣଙ୍କୁ କହିରଖୁ କି ଦିଲ୍ଲୀରେ କରୋନା ସଂକ୍ରମଣ ଏବେ ଶୀର୍ଷ ସ୍ଥାନରେ ରହିଛି । ଦୈନିକ ରାଜ୍ୟରେ ୨୦ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହେବାରେ ଲାଗିଛନ୍ତି । ଏହି କ୍ରମରେ କେଉଁ ମେଡିକାଲରେ ବେଡ ନାହିଁ ତ କେଉଁଠି ଅକ୍ସିଜେନର ଅଭାବ । ଏଭଳି ସ୍ଥିତିରେ ବି ରାଜ୍ୟରେ ମୃତକଙ୍କ ସଂଖ୍ୟା ଅହେତୁକ ଭାବେ ବୃଦ୍ଧି ପାଇବାରେ ଲାଗିଛି ।

କରୋନା ପ୍ରକୋପ ମଧ୍ୟରେ ଦିଲ୍ଲୀ ଡିଆରଡିଓ ଦ୍ୱାରା ସର୍ଦ୍ଦାର ପଟେଲ କୋଭିଡ ହସ୍ପିଟାଲ ନିର୍ମାଣ କରାଯାଇଛି । ଯେଉଁ ହସ୍ପିଟାଲରେ ପ୍ରାରମ୍ଭିକ ଅବସ୍ଥାରେ ୫୦୦ ବେଡର ବ୍ୟବସ୍ଥା କରାଯାଇଛି । ମେଡିକାଲ ଖୋଲୁ ଖୋଲୁ ଏବେ ସେଠାରେ ୨୫୦ ବେଡରେ ରୋଗୀ ଭର୍ତ୍ତି ହୋଇସାରିଛନ୍ତି ।

ଦିଲ୍ଲୀ ସରକାରଙ୍କ ୱେବସାଇଟର ସୂଚନା ମୁତାବକ ଏବେ ରାଜ୍ୟ ମେଡିକାଲ ମାନଙ୍କରେ ୧୮,୧୩୦ ବେଡ ରହିଛି । ଯାହା ମଧ୍ୟରୁ ୧୫,୧୦୪ ବେଡରେ ରୋଗୀ ଭର୍ତ୍ତି ହୋଇସାରିଛନ୍ତି ଓ ୩୦୨୬ ବେଡ ଖାଲି ଅଛି । ସେହିଭଳି ଯଦି ଆଇସିୟୁ ବେଡ କଥା କୁହାଯିବ ତେବେ ରାଜ୍ୟରେ ମୋଟ ୪୨୦୬ ବେଡ ରହିଛି ଯାହା ମଧ୍ୟରୁ ଏବେ ମାତ୍ର ୧୦୧ ବେଡ ଖାଲି ରହିଛି ।