ବିଚ୍ଛିନ୍ନାଂଚଳରେ ବିକାଶର ସମୀକ୍ଷା କଲେ ସରକାରଙ୍କ ଟପ୍ ଅଫିସର ।

125

କନକ ବ୍ୟୁରୋ: ସ୍ୱାଭିମାନ ଅଂଚଳରେ ଉଚ୍ଚସ୍ତରୀୟ ଦଳ । ସ୍ୱାଭିମାନ ଅଚଂଳରେ ବିକାଶମୂଳକ କାର୍ଯ୍ୟର  ସ୍ଥିତି ଅନୁଧ୍ୟାନ କରିବା ପାଇଁ ମାଲକାନଗିରିରେ ବସିଛି ଉଚ୍ଚସ୍ତରୀୟ ବୈଠକ । ଏହି ବୈଠକରେ ସାମିଲ ଅଛନ୍ଚି ଅତିରିକ୍ତ ମୁଖ୍ୟ ଶାସନ ସଚିବ , ଉନ୍ନୟନ କମିଶନର ପୂର୍ତ୍ତ, ଗ୍ରାମ୍ୟ ଉନ୍ନୟନ ବିଭାଗ ଓ ଶକ୍ତି ସଚିବ । ପାନୀୟ ଜଳ, ରାସ୍ତା ନିର୍ମାଣ , ମତ୍ସ୍ୟ ଚାଷ ଉପରେ ଗୁରୁତ୍ୱ ଦିଆଯିବା ସହ ଘଟଣା ସ୍ଥଳର ଗ୍ରାଉଣ୍ଡ ଜିରୋରେ ସ୍ଥିତି ଅନୁଧ୍ୟାନ କରିବାକୁ ଗୁରୁପ୍ରିୟାରେ ପହଂଚିଛନ୍ତି ଉଚ୍ଚସ୍ତରୀୟ ଦଳ ।

ସୂଚନା ମୁତାବକ, ଆଜି ଚିତ୍ରକୋଣ୍ଡା ସ୍ୱାଭିମାନ ଅଂଚଳରେ ଚାରି ସଚିବଙ୍କୁ ଏକ ବୈଠକ ବସିଥିଲା । ଏହି ବୈଠକରେ ସ୍ୱାଭିମାନ ଅଂଚଳରେ ରହିଥିବା ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା ହୋଇଥିଲା । ମୁଖ୍ୟମନ୍ତ୍ରୀ ଗୁରୁପ୍ରିୟା ସେତୁ ଉଦଘାଟନ  ସମୟରେ ସ୍ୱାଭିମାନ ଅଂଚଳକୁ ଶହେ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଥିଲେ ତେବେ ଏହି ୧୦୦ କୋଟି ଟଙ୍କା କେଉଁ କେଉଁ କାମରେ ବ୍ୟୟ କରାଯିବ ସେନେଇ ଏହି ବୈଠକରେ ଆଲୋଚନା ହୋଇଥିଲା ।

ସ୍ୱାଭିମାନ ଅଂଚଳରେ କିଭଳି ପାନୀୟ ଜଳ, ରାସ୍ତାଘାଟ, ଟେଲିଫୋନ ସେବା , ନୂତନ ସ୍ତୁଲ ନିର୍ମାଣ  ହେବ ସେନେଇ ବୈଠକରେ ଆଲୋଚନା କରାଯାଇଥିଲା । ତେବେ ଏହି ଆଲୋଚନା ଦୀର୍ଘ ସମୟ ଧରି ଚାଲିଥିଲା । ବୈଠକରେ ଅତିରିକ୍ତ ମୁଖ୍ୟ ସଚିବ ଆର ବାଳକ୍ରିଷ୍ଣା, ଜଳସଂପଦ ସଚିବ ନଳିନୀକାନ୍ତ ମହାନ୍ତି, ଗ୍ରାମ୍ୟ ଉନ୍ନୟନ ବିଭାଗ ସଚିବ ମୋନା ଶର୍ମା, ଜିଏ ଆଣ୍ଡ ପିଜି ସେକ୍ରେଟାରୀ ଅଶୋକ ମିନାଙ୍କ ସମେତ ମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରୱାଲ , ମାଲକାନଗିରି ଏସପି ଜଗମୋହନ ମିନା ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ । ଏହି ବୈଠକରେ ଗୁରୁପ୍ରିୟା ସେତୁ ସଂପର୍କରେ ବି ଆଲୋଚନା କରିଥିଲେ ।