ତୁଳସୀକ୍ଷେତ୍ରରେ ତତଲା ରାଜନୀତି । ଆଗାମୀ ୫ ବର୍ଷ ପାଇଁ ନେତା ବାଛିବାକୁ ଭୋଟ ଦେଉଛନ୍ତି ଜନତା, କାହାର ଖୋଲିବ ଭାଗ୍ୟ ।

108

କନକ ବ୍ୟୁରୋ : କେନ୍ଦ୍ରାପଡା ବିଧାନସଭା ଆସନ ହାତେଇବା ପାଇଁ ଜୋରଦାର ହେଉଛି ଲଢେଇ । କାହା ସପକ୍ଷକୁ କେନ୍ଦ୍ରାପଡା ଆସନ ଯିବ ତାହାକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଛି । ସକାଳ ୭ଟାରୁ ବିଭିନ୍ନ ବୁଥରେ ଭୋଟର ମାନଙ୍କର ଲମ୍ବା ଲାଇନ ଦେଖିବାକୁ ମିଳିଛି । ଆଗାମୀ ୫ ବର୍ଷ ପାଇଁ ନିଜର ପ୍ରତିନିଧି ବାଛିବାକୁ ଖରାକୁ ଖାତିର ନକରି ଭୋଟକେନ୍ଦ୍ରରେ ପହଞ୍ଚୁଛନ୍ତି ମତଦାତା । ଅନୁସୂଚିତ ଜାତି ବର୍ଗଙ୍କ ପାଇଁ ସଂରକ୍ଷିତ ଏହି ଆସନ କେନ୍ଦ୍ରାପଡା ବ୍ଳକ୍ ଏବଂ ପଟ୍ଟାମୁଣ୍ଡାଇ ବ୍ଳକର ୧୨ଟି ପଂଚାୟତକୁ ନେଇ ଗଠିତ । ୧୯୫୧ରେ ଗଠିତ ହୋଇଥିବା ଏହି ଆସନରେ ବେଦପ୍ରକାଶ ଅଗ୍ରୱାଲ ୪ଥର ଓ ଭାଗବତ ପ୍ରସାଦ ମହାନ୍ତି ୩ ଥର ବିଧାୟକ ନିର୍ବାଚିତ ହୋଇଛନ୍ତି । ଗତ ନିର୍ବାଚନରେ ବିଜେଡି ଏଠାରେ ବିଜୟୀ ହୋଇଥିବା ବେଳେ ଚଳିତଥର କେଉଁ ନେତାଙ୍କୁ ଭୋଟର ସୁଯୋଗ ଦେବେ ତାହା ସବୁଠୁ ବଡ ପ୍ରଶ୍ନ ।

୨୦୧୯ର ଲଢେଇ
ବିଜେଡି: ଶଶୀଭୂଷଣ ବେହେରା
କଂଗ୍ରେସ: ଗଣେଶ୍ୱର ବେହେରା
ବିଜେପି: ସୁନାକର ବେହେରା

ବିଜେଡି : ଶଶୀଭୂଷଣ ବେହେରା
– ପୂର୍ବତନ ରାଜ୍ୟସଭା ସାଂସଦ
– ୨ଥର ବିଧାୟକ( ଜୟଦେବ )
– ମନ୍ତ୍ରୀ ( ଅର୍ଥ, କୃଷି, ଅବକାରୀ )

କଂଗ୍ରେସ: ଗଣେଶ୍ୱର ବେହେରା
– ୧୯୯୯ ବିଧାୟକ
– ପୂର୍ବତନ ମନ୍ତ୍ରୀ ( ଖାଦ୍ୟ ଯୋଗାଣ )
– ୪ଥର ପରାଜିତ
– ୨୦୧୪ରେ ୫୪୦୦ ଭୋଟ୍ରେ ପରାଜିତ
– ଓଡିଶା କଂଗ୍ରେସ ଇସ୍ତାହାର କମିଟି ମୁଖ୍ୟ
– ପିସିସି ଉପସଭାପତି

ବିଜେପି : ସୁନାକର ବେହେରା
– ପୂର୍ବତନ ସମିତି ସଭ୍ୟ
– ୨୦୧୪ ପରାଜିତ
– ବରିଷ୍ଠ ତଥା ଲୋକପ୍ରିୟ ନେତା

୨୦୧୪ର ଲଢେଇ
– ମୈଦାନରେ ଥିଲେ ମୋଟ ୮ ପ୍ରାର୍ଥୀ
– ମୋଟ ଭୋଟର ସଂଖ୍ୟା – ୧ ଲକ୍ଷ ୯୭ ହଜାର ୭୦୪
– ମତ ଦେଇଥିଲେ – ୧ ଲକ୍ଷ ୩୮ ହଜାର ୫୮୩
– ଭୋଟଦାନ ହାର – ୭୦.୧୦%

୨୦୧୪ର ଫଳାଫଳ
ପ୍ରାର୍ଥୀ                         ଦଳ         ଭୋଟ          ପ୍ରତିଶତ       ଫଳାଫଳ
କିଶୋର ଚନ୍ଦ୍ର ତରାଇ     ବିଜେଡି     ୬୫,୦୩୭    ୪୬.୯୩%     ବିଜୟୀ
ଗଣେଶ୍ୱର ବେହେରା     କଂଗ୍ରେସ    ୫୯,୬୦୬     ୪୩.୦୧%     ପରାସ୍ତ
ସୁନାକର ବେହେରା      ବିଜେପି      ୯,୯୮୧        ୭.୨୦%        ପରାସ୍ତ

କିଏ ମାରିଥିଲା ବାଜି?
– ବିଜେଡ଼ିର କିଶୋର ଚନ୍ଦ୍ର ତରାଇ ନିର୍ବାଚନ ଜିତିଥିଲେ
– ୬୫ ହଜାର ୦୩୭ ଖଣ୍ଡ ଭୋଟ ପାଇଥିଲେ ବିଜେଡ଼ି ପ୍ରାର୍ଥୀ
– କଂଗ୍ରେସ ପ୍ରାର୍ଥୀ ଗଣେଶ୍ୱର ବେହେରାଙ୍କୁ ପରାସ୍ତ କରିଥିଲେ
– ୫ ହଜାର ୪୩୧ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ
– ୫ ଜଣ ପ୍ରାର୍ଥୀ ଅମାନତ୍ ହରାଇଥିଲେ