ଟୁଇଟରରେ ଟୁଲକିଟ୍ ବ୍ୟବହାର କରିବା ମାମଲା । ଜଳବାୟୁ କାର୍ଯ୍ୟକର୍ତ୍ତା ଦିଶା ରବି ଗିରଫ୍

108

କନକ ବ୍ୟୁରୋ : ଆନ୍ତର୍ଜାତୀୟ ପରିବେଶକର୍ମୀ ଗ୍ରେଟା ଥନବର୍ଗ ଭାରତରେ ଚାଲିଥିବା କୃଷକ ଆନ୍ଦୋଳନକୁ ସମର୍ଥନ କରି କିଛିଦିନ ଆଗରୁ ଏକ ଟ୍ୱିଟ୍ କରିଥିଲେ । ଏହି ଟ୍ୱିଟ୍ କୁ ନେଇ ସାରା ଦେଶରେ ହଙ୍ଗାମା ସୃଷ୍ଟି ହୋଇଥିଲା । ଏହି ଟ୍ୱିଟରେ ଟୁଲକିଟ୍ ବ୍ୟବହାର ହୋଇଥିବା ନେଇ ପ୍ରମାଣ ମିଳିବା ପରେ ଏହା ଉପରେ ପୋଲିସ କାର୍ଯ୍ୟାନୁଷ୍ଠାନ ପାଇଁ ତତ୍ପର ହୋଇପଡିଥିଲା ।

ଏହି ମାମଲାରେ ଆଜି ଦିଲ୍ଲୀ ପୋଲିସର ଏକ ସ୍ପେଶାଲ ସେଲ ବେଙ୍ଗାଲୁରୁରୁ ଜଳବାୟୁ କାର୍ଯ୍ୟକର୍ତ୍ତା ଦିଶା ରବିଙ୍କୁ ଗିରଫ୍ କରିଛନ୍ତି । ଫେବୃଆରୀ ୪ ତାରିଖରେ ଏନେଇ ଦିଲ୍ଲୀ ପୋଲିସ ପକ୍ଷରୁ ମାମଲା ରୁଜୁ ହୋଇଥିଲା । ପୋଲିସ ଅଭିଯୋଗ କରିଛି କି ଚାଷୀ ଆନ୍ଦୋଳନ ସହିତ ଜଡିତ ଥିବା ଟୁଲକିଟକୁ ଏଡିଟ୍ କରିବା ପରେ ଦିଶା ରବି ଏହାକୁ ପଠାଇଛନ୍ତି ।

ଜାନୁଆରୀ ୨୬ ତାରିଖରେ କୃଷକ ସଂଗଠନ ମାନଙ୍କ ପକ୍ଷରୁ ହୋଇଥିବା ଟ୍ରାକ୍ଟର ରାଲି ସମୟରେ ଘଟିଥିବା ହିଂସା ଉପରେ ଦିଲ୍ଲୀ ପୋଲିସ ତଦନ୍ତ କରିବା ସହ ଏହି ଟୁଲକିଟ୍ ମାମଲାର ବି ତଦନ୍ତ କରୁଛି ଦିଲ୍ଲୀ ପୋଲିସ । ଏକ୍ସପର୍ଟ ମାନଙ୍କ କହିବା ମୁତାବକ ପରିବେଶବିତ୍ ଗ୍ରେଟା ଥନବର୍ଗ ଟୁଲ୍ କିଟ୍ ମାଧ୍ୟମରେ ଟୁଇଟ୍ କରିଥିଲେ । ଏହା ପରେ ସେ ଏହାକୁ ହଟାଇ ଦେଇଥିଲେ । ପରେ ଜଣାପଡିଥିଲା ଯେ ଏହି ଟୁଲ କିଟ୍ ର ସ୍କ୍ରିପ୍ଟ ରାଇଟର ଏକ ଖଲିସ୍ତାନୀ ସଂଗଠନ । ଦିଶା ରବିଙ୍କୁ ଗିରଫ୍ କରିବା ପରେ ତାଙ୍କୁ ଅଧିକ ପଚରା ଉଚରା ଚଳାଇଛି ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ ।