କନକ ବ୍ୟୁରୋ : ଅଲିମ୍ପିକ୍ସ ପୁରୁଷ ହକି ସେମିଫାଇନାଲରେ ଭାରତକୁ ହରାଇଲା ବେଲଜିୟମ୍ । ୫-୨ ଗୋଲରେ ବିଜୟୀ ହୋଇ ଫାଇନାଲରେ ପ୍ରବେଶ କରିଛି । ଭାରତ ଲଢୁଆ ପ୍ରଦର୍ଶନ କରି ବେଲଜିୟମ୍ଠାରୁ ପରାସ୍ତ ହୋଇଛି । ଏହି ପରାଜୟ ସହ ଗୋଲ୍ଡ ଓ ସିଲଭର ଦୌଡରୁ ବାଦ ପଡ଼ିଛି ଭାରତ । ହେଲେ ଏବେ ବି ବ୍ରୋଂଜ ପଦକ ଆଶା ରହିଛି ।

Advertisment

ଦ୍ୱିତୀୟ ସେମିଫାଇନାଲରେ ପରାସ୍ତ ହୋଇଥିବା ଦଳ ସହ ବ୍ରୋଂଜ ପାଇଁ ଖେଳିବ ଟିମ୍ ଇଣ୍ଡିଆ । ପ୍ରଥମରୁ ହିଁ ଲଢୁଆ ପ୍ରଦର୍ଶନ କରିଥିଲା ଭାରତୀୟ ଦଳ । ଖେଳ ଆରମ୍ଭରୁ ଗୋଲ ଦେଇ ଆଗୁଆ ରହିଥିଲା ବେଲଜିୟମ୍ । ଏହାର ଗୋଟିଏ ମିନିଟ୍ ଭିତରେ ପେନାଲ୍ଟି କର୍ଣ୍ଣରକୁ ଗୋଲରେ ପରିଣତ କରି ବରାବର ସ୍ଥିତିକୁ ଆଣିଥିଲା ଭାରତ । ଭାରତ ପକ୍ଷରୁ ପ୍ରଥମ ଗୋଲ ଦେଇଥିଲେ ହରମନପ୍ରୀତ ସିଂହ । ପରେ ମନଦୀପ ସିଂ ଏକ ଫିଲ୍ଡ ଗୋଲ ଦେଇ ଭାରତକୁ ଆଗକୁ କରିଥିଲେ ।

ହେଲେ ଏହା ପରେ ଗୋଲ ଦେବା ପାଇଁ ଭାରତୀୟ ଟିମରେ ଖେଳାଳିଙ୍କୁ ସୁଯୋଗ ଦେଇନଥିଲା ବେଲଜିୟମ୍ । ହାଫ୍ ଟାଇମ୍ ସୁଦ୍ଧା ୨-୨ରେ ବରାବର ରହିଥିଲା । ଶେଷ କ୍ୱାର୍ଟରରେ ତିନିଟି ଗୋଲ ଦେଇ ମ୍ୟାଚ୍ ନିଜ ନାଁରେ କରିଛି ବେଲଜିୟମ୍ । ଲଗାତର ଦ୍ୱିତୀୟ ଅଲିମ୍ପିକ୍ସର ଫାଇନାଲକୁ ଯାଇଛି ବେଲିଜିୟମ୍ । ୨୦୧୬ ରିଓ ଅଲିମ୍ପିକ୍ସରେ ବେଲଜିୟମ୍ ଦ୍ୱିତୀୟ ସ୍ଥାନରେ ରହି ସିଲଭର ମେଡାଲ ଜିତିଥିଲା ।