କନକ ବ୍ୟୁରୋ : ପୁରୁଷ ହକି ସେମିଫାଇନାଲରେ ଭାରତ-ବେଲଜିୟମ ଟକ୍କର । ୨-୨ ଗୋଲରେ ସ୍ଥିତି ବରାବର ରହିଛି । ଦ୍ୱିତୀୟ କ୍ୱାର୍ଟର ସୁଦ୍ଧା ୨-୨ ରେ ଗୋଲ୍ ବରାବର ରହିଛି । ଭାରତ ପକ୍ଷରୁ ୨ଟି ଗୋଲ କରାଯାଇଥିବା ବେଳେ ବେଲଜିୟମ ପକ୍ଷରୁ ୨ଟି ଗୋଲ୍ କରାଯାଇଛି । ଭାରତ ପକ୍ଷରୁ ପ୍ରଥମ ଗୋଲ୍ ସ୍କୋର କଲେ ହରମନପ୍ରୀତ ସିଂହ । ଦ୍ୱିତୀୟ ଗୋଲ ସ୍କୋର କଲେ ମନଦୀପ ସିଂହ । ବେଲଜିୟମ ପକ୍ଷରୁ ପ୍ରଥମ ଗୋଲ୍ ସ୍କୋର ଲେପିର୍ଟ କରିଥିଲେ । ବେଲଜିୟମ୍ ପକ୍ଷରୁ ଦ୍ୱିତୀୟ ଗୋଲ୍ ହେଣ୍ଟ୍ରିକ୍ସ ଦେଲେ ।

Advertisment

ପ୍ରାୟ ୪ ଦଶନ୍ଧି ବା ୪୯ ବର୍ଷ ପରେ ଅଲିମ୍ପିକ୍ସରେ ଭାରତ ସେମିଫାଇନାଲରେ ପ୍ରବେଶ କରିଛି । ରବିବାର କ୍ୱାର୍ଟର ଫାଇନାଲ ମୁକାବିଲାରେ ଗ୍ରେଟ୍ ବ୍ରିଟେନକୁ ୩-୧ ଗୋଲରେ ହରାଇଥିଲା ଭାରତା ୧୯୭୨ ମସିହା ପରେ ପ୍ରଥମ ଥର ପାଇଁ ଅଲମ୍ପିକ ହକିର ସେମିଫାଇନାଲରେ ସ୍ଥାନ ପକ୍କା କରିଛି ଭାରତୀୟ ହକି ଟିମ । ପୁରୁଷ ହକି ମୁକାବିଲାର ସେମିଫାଇନାଲରେ ଭାରତ, ସମେତ ବେଲଜିୟମ, ଜର୍ମାନୀ ଓ ଅଷ୍ଟ୍ରେଲିଆ ସ୍ଥାନ ପକ୍କା କରିଛନ୍ତି ।