ଟୋକିଓ ଅଲିମ୍ପିକ୍ସ : ଫାଇନାଲରେ ପ୍ରବେଶ କଲେ ସୁଟର୍‌ ସୌରଭ ଚୌଧୁରୀ

108

କନକ ବ୍ୟୁରୋ : ଟୋକିଓ ଅଲିମ୍ପିକ୍ସର ୧୦ ମିଟର ଏୟାର ପିସ୍ତଲ ଇଭେଂଟର ଫାଇନଲରେ ଭାରତର ସୌରଭ ଚୌଧୁରୀ । କ୍ୱାଲିଫାୟର ରାଉଣ୍ଡରେ ପ୍ରଥମ ସ୍ଥାନରେ ରହିଥିଲେ ସୌରଭ । ତାଙ୍କୁ ମିଳିଥିଲା ୫୮୬ ପଏଂଟ । ପ୍ରଥମ ସିରିଜରେ ୯୫, ଦ୍ୱିତୀୟରେ ୯୮, ତୃତୀୟରେ ୯୮, ଚତୁର୍ଥରେ ୧୦୦, ପଂଚମରେ ୯୮ ଓ ଷଷ୍ଠ ସିରିଜରେ ୯୭ ପଏଂଟ ହାସଲ କରିଥିଲେ । କ୍ୱାଲିଫାୟର ରାଉଣ୍ଡରେ ଚୀନ୍ ଦ୍ୱିତୀୟ ଓ ଜର୍ମାନ ଖେଳାଳି ତୃତୀୟ ସ୍ଥାନରେ ରହିଥିଲେ । ଫାଇନାଲରେ ପ୍ରବେଶ କରିବା ପରେ ସୌରଭଙ୍କଠାରୁ ପଦକ ଆଶା ରହିଛି । ଯଦି ସୌରଭ ପଦକ ଜିତନ୍ତି, ତେବେ ଅଲିମ୍ପିକ୍ସରେ ପିସ୍ତଲ ଇଭେଂଟରେ ପଦକ ଜିତିବାରେ ପଂଚମ ଭାରତୀୟ ହେବେ ।