ରିଲିଜ୍ ପୂର୍ବରୁ ଲିକ୍ ହେଲା ଅକ୍ଷୟଙ୍କ ‘ଟୟଲେଟ୍ – ଏକ୍ ପ୍ରେମ କଥା’ !

35

ରିଲିଜ୍ ପୂର୍ବରୁ ଲିକ୍ ହୋଇଛି ଅକ୍ଷୟ କୁମାର ଏବଂ ଭୁମି ପେଡ଼ନେକରଙ୍କ ଅଭିନିତ ସିନେମା ‘ ଟୟଲେଟ୍ : ଏକ୍ ପ୍ରେମ୍ କଥା’ । ଆସନ୍ତା ଅଗଷ୍ଟ ୧୧ ତାରିଖରେ ରିଲିଜ୍ ହେବ ଏହି ସିନେମା । ହେଲେ ତା ପୂର୍ବରୁ କେହି ଦୁର୍ବୃତ୍ତ ଏହାକୁ ଅନଲାଇନରେ ଲିକ୍ କରିଦେଇଛି । ତେବେ ମୁମ୍ବାଇ କ୍ରାଇମବ୍ରାଂଚର ତଦନ୍ତ ପରେ ପରିସ୍ଥିତି ଏବେ ଆୟତ୍ତରେ ଅଛି ।

ସିନେମାଟି ଲିକ୍ ହେବା ଘଟଣା ସେତେବେଳେ ସାମ୍ନାକୁ ଆସିଲା ଯେତେବେଳେ ରେମୋ ଡେସାଜାଙ୍କ ଆପାର୍ଟମେଂଟରେ ଥିବା ଜଣେ ଜିମ୍ ଟ୍ରେନର୍ ଏନେଇ ତାଙ୍କୁ କହିଥିଲେ । ସେ କହିଥିଲେ, ତାଙ୍କ ପାଖରେ ଥିବା ପେନ୍ ଡ୍ରାଇଭରେ ସିନେମାର ପ୍ରଥମ ଭାଗ ରହିଛି । ଏନେଇ ରେମୋ ସିନେମାର ନିର୍ମାତା ଏବଂ ଅକ୍ଷୟ କୁମାରଙ୍କୁ ଜଣାଇଥିଲେ । ପରେ ଘଟଣା ସଂପର୍କରେ ମୁମ୍ବାଇ କ୍ରାଇମବ୍ରାଂଚରେ ଅଭିଯୋଗ କରାଯାଇଥିଲା ।

ଏବେ ଏହି ଘଟଣା ପରେ ଅତ୍ୟନ୍ତ ଦୁଃଖି ଅଛନ୍ତି ଅକ୍ଷୟ କୁମାର । ଏହା ସହ ‘ପାଇରେସୀ’ ବିରୁଦ୍ଧରେ ଛିଡା ହେବା ପାଇଁ ନିଜ ପ୍ରଂଶସକ ମାନଙ୍କୁ ମଧ୍ୟ ଅପିଲ୍ କରିଛନ୍ତି ଅକ୍ଷୟ ।