ଆଜି ବି କାଲିମେଳାରେ ସେଂଚୁରୀ ମାରିଛି ସ୍ପିଡ଼୍ ପେଟ୍ରୋଲ : ସାଧାରଣ ପେଟ୍ରୋଲ ଦାମ୍ ୯୭ ଟଙ୍କାରୁ ଅଧିକ; ପଛକୁ ରହିଛି ମାଲକାନଗିରି

ଭୁବନେଶ୍ୱରରେ ପେଟ୍ରୋଲ ୯୧ଟଙ୍କା ୬୪, ଡ଼ିଜେଲ ଲିଟର ପିଛା ୮୮ ଟଙ୍କା ୬୧ ପଇସା

89

କନକ ବ୍ୟୁରୋ : ଆଜି ବି ସେଂଚୁରୀ ଉପରେ ରହିଛି କାଲିମେଳାରେ ସ୍ପିଡ ପେଟ୍ରୋଲ ଦର । ସେହିପରି ସାଧାରଣ ପେଟ୍ରୋଲର ମୂଲ୍ୟ ବିଟର ପିଛା ଦର ୯୭ଟଙ୍କାରୁ ଅଧିକ ରହିଛି । ଏହା ପଛକୁ ଅଛି ମାଲକାନଗିରି ଜିଲ୍ଲା । ଜାଣନ୍ତୁ ରାଜ୍ୟର କେଉଁ ସହରରେ କେତେ ରହିଛି ପେଟ୍ରୋଲ ଓ ଡିଜେଲ ଦର ।

ସହର                       ପେଟ୍ରୋଲ               ଡିଜେଲ
କାଲିମେଳା                 ୯୭.୧୪                 ୯୩.୮୬
ମାଲକାନଗିରି              ୯୬.୫୮                ୯୩.୩୮
ସୋନପୁର                 ୯୩.୧୨                 ୯୦.୦୫
ବ୍ରହ୍ମପୁର                    ୯୨.୮୯                 ୮୯.୮୧
ଦେବଗଡ                  ୯୨.୭୬                 ୮୯.୭୦
ଚାନ୍ଦବାଲି                  ୯୨.୫୪                 ୮୨.୬୦
କଟକ                      ୯୧.୯୫                  ୮୮.୯୧
ଭୁବନେଶ୍ୱର               ୯୧.୬୪                 ୮୮.୬୧

କେନ୍ଦ୍ର ସରକାର କହୁଛନ୍ତି ଟିକସରେ ହେଉଛି ବିକାଶ କାମ । ଅର୍ଥାତ କରୋନା ପରବର୍ତୀ ଅର୍ଥନୈତିକ ଆହ୍ୱାନର ମୁକାବିଲା ପାଇଁ ପେଟ୍ରୋଲ ଓ ଡିଜେଲ ଉପରେ ସରକାର ଆଦାୟ କରୁଥିବା ମୋଟା ଟିକସକୁ ବର୍ତମାନ କମାଇବା ପାଇଁ ପ୍ରସ୍ତୁତ ନୁହନ୍ତି । ପେଟ୍ରୋଲର ମୂଳ ଦାମ ଉପରେ ୧୮୦ ପ୍ରତିଶତ ଓ ଡିଜେଲ ଉପରେ ୧୪୧ ପ୍ରତିଶତ ଟିକସ ରହିଛି । ଜାଣନ୍ତୁ ପେଟ୍ରୋଲିୟମ ସାମଗ୍ରୀ ଉପରେ କିଏ କେତେ ଟିକସ ନେଉଛନ୍ତି ଏବଂ ଗ୍ରାହକଙ୍କ ପାଖରେ ପହଂଚିବା ବେଳକୁ ଏହାର ମୂଲ୍ୟ କିଭଳି ବଢିଯାଉଛି ।
ପେଟ୍ରୋଲ
କେଉଁଥିପାଇଁ                     କେତେଟଙ୍କା
ମୂଳ ଦାମ                          ୩୩.୬୬
କେନ୍ଦ୍ରୀୟ ଉତ୍ପାଦନ ଶୁଳ୍କ           ୧.୪୦
ଅତିରିକ୍ତ ଉତ୍ପାଦନ ଶୁଳ୍କ          ୧୧.୦୦
ଭିତିଭୂମି ସେସ୍                   ୧୮.୦୦
କୃଷି ଭିତିଭୂମି ସେସ୍              ୨.୫୦
ରାଜ୍ୟ ଭାଟ୍                      ୨୧.୪୦
ଡିଲର କମିଶନ୍                 ୩.୬୮
ଗ୍ରାହକ କିଣୁଥିବା ଦାମ୍         ୯୧.୬୪

ଡିଜେଲ
କେଉଁଥିପାଇଁ                  କେତେଟଙ୍କା
ମୂଳ ଦାମ                      ୩୫.୪୧
କେନ୍ଦ୍ରୀୟ ଉତ୍ପାଦନ ଶୁଳ୍କ       ୧.୮୦
ଅତିରିକ୍ତ ଉତ୍ପାଦନ ଶୁଳ୍କ       ୮.୦୦
ଭିତିଭୂମି ସେସ୍               ୧୮.୦୦
କୃଷି ଭିତିଭୂମି ସେସ୍          ୪.୦୦
ରାଜ୍ୟ ଭାଟ୍                  ୧୮.୯୦
ଡିଲର କମିଶନ୍               ୨.୫୦
ଗ୍ରାହକ କିଣୁଥିବା ଦାମ୍      ୮୮.୬୧

କିଛିଦିନ ତଳେ କଟାକ୍ଷ କରି ରାଜ୍ୟସଭା ସାଂସଦ ସୁବ୍ରମଣ୍ୟମ ସ୍ୱାମୀ ଟ୍ୱିଟ କରିଥିଲେ ଯେ, ରାବଣର ଲଙ୍କା ଓ ସୀତାଙ୍କ ନେପାଳ ତୁଳନାରେ ରାମଙ୍କ ଭାରତରେ ପେଟ୍ରୋଲ ଅଧିକ ଦାମରେ ବିକ୍ରି ହେଉଛି । ତେବେ କେବଳ ଏହି ପଡୋଶୀ ଦେଶ ନୁହେଁ ସମଗ୍ର ଦକ୍ଷିଣ ଏସୀୟାରେ ଭାରତରେ ତେଲଦର ସବୁଠାରୁ ଅଧିକ ଦାମରେ ବିକ୍ରି ହେଉଛି ।

କେଉଁ ଦେଶରେ ତେଲ ଦର କେତେ ?
ପେଟ୍ରୋଲ                                      ଡିଜେଲ
ଦେଶ ମୂଲ୍ୟ                                  ଦେଶ ମୂଲ୍ୟ

ଶ୍ରୀଲଙ୍କା ୬୦.୨୯                         ଶ୍ରୀଲଙ୍କା ୩୮.୯୧
ନେପାଳ ୬୯.୦୧                         ନେପାଳ ୫୮.୩୨
ପାକିସ୍ତାନ ୫୧.୧୨                        ପାକିସ୍ତାନ ୫୩.୦୨
ବାଂଲାଦେଶ ୭୬.୪୩                   ବାଂଲାଦେଶ ୫୫.୭୮

କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ଷମତାକୁ ଆସିବା ଦିନରୁ ପେଟ୍ରାଲ ୨୬% ମହଙ୍ଗା ହୋଇଛି ।

– ନରେନ୍ଦ୍ର ମୋଦିଙ୍କ ପ୍ରଥମ ପାଳି ୨୦୧୪ ମେ ୨୬ରୁ ଆରମ୍ଭ ହୋଇଥିଲା
– ସେହି ସମୟରେ ପେଟ୍ରୋଲ ଲିଟର ପିଛା ଦର ୭୧ ଟଙ୍କା ୪୧ ପଇସା ଥିଲା
– ସେହିପରି ମୋଦି କ୍ଷମତାକୁ ଆସିଲାବେଳେ ଡିଜେଲ ଦର ଥିଲା ୫୬ ଟଙ୍କା ୭୧ ପଇସା
– ସେହି ସମୟରେ ଅଶୋଧିତ ତେଲ ଦର ବ୍ୟାରେଲ ପିଛା ୧୧୦ ଡଲାର ଥିଲା
– ଏବେ ଏହା ଅଧା ରହିଛି ଅର୍ଥାତ ୬୩ ଦଶମିକ ୭ ଡଲାର ରହିଛି
– ଅଶୋଧିତ ତେଲଦାମ ଅଧା କମିଥିବାବେଳେ ପେଟ୍ରାଲ ୨୬% ଓ ଡିଜେଲ ୪୨% ବୃଦ୍ଧି ପାଇଛି