ବିଧାନସଭାରେ ଓଡିଆ ଭାଷା ତାତି, ଦିନ ୩ଟା ଯାଏଁ ଗୃହ ମୁଲତବୀ

38

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ବିଧାନସଭାରେ ଓଡିଆ ଭାଷା ତାତି । ଆଜି ବି ଗୃହରେ ଓଡିଆ ଭାଷାକୁ ସରକାରୀ ସ୍ତରରେ କାର୍ଯ୍ୟକାରିତାକୁ ନେଇ ହୋହାଲ୍ଲା ହୋଇଛି । ଓଡିଆ ଭାଷାକୁ ସରକାରୀ ସ୍ତରରେ କାର୍ଯ୍ୟକାରୀ ନେଇ କଂଗ୍ରେସ ମୁଲତବୀ ନୋଟିସ ଆଣିଥିଲା । କିନ୍ତୁ ବାଚସ୍ପତି ଏହାକୁ ଗ୍ରହଣ କଲେ ନାହିଁ । ବିରୋଧୀ କଂଗ୍ରେସ ଓ ବିଜେପି ଆଲୋଚନା ପାଇଁ ଦାବି କରିଥିବା ବେଳେ, ବାଚସ୍ପତି ଅଗ୍ରାହ୍ୟ କରିଦେଇଥିଲେ । ଫଳରେ ଗୃହକୁ ଦିନ ୩ଟା ପର୍ଯ୍ୟନ୍ତ ମୁଲତବୀ ରଖିଛନ୍ତି ବାଚସ୍ପତି ।