ପ୍ରବଳ ବର୍ଷିବ : ଆସନ୍ତା ୨୪ ଘଂଟା ମଧ୍ୟରେ ଏହିସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା

32

କନକ ବ୍ୟୁରୋ: ରାଜ୍ୟର ୭ଟି ଜିଲ୍ଲାରେ ପ୍ରବଳ ବର୍ଷାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଆସନ୍ତା ୨୪ଘଣ୍ଟା ମଧ୍ୟରେ କୋରାପୁଟ, ମାଲକାନାଗରି, ବୌଦ୍ଧ, ସୋନପୁର, ବରଗଡ଼, ସମ୍ବଲପୁର ଓ ବଲାଙ୍ଗୀର ଜିଲ୍ଲାର କିଛି ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ ବୋଲି ବିଭାଗ ସତର୍କ କରିଛି।

ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଝାରଖଣ୍ଡ ଓ ଉତ୍ତର ଓଡ଼ିଶା ଉପରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଯୋଗୁଁ ଆସନ୍ତା ୧୨ତାରିଖରୁ ରାଜ୍ୟରେ ବର୍ଷା ଆରମ୍ଭ ହେବ। ତେବେ ୧୩ତାରିଖରେ ଓଡ଼ିଶା ଓ ପଶ୍ଚିମବଙ୍ଗ ସଲଗ୍ନ ଉତ୍ତର ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। କ୍ରମଶଃ ଏହାର ପ୍ରକୋପ ବଢ଼ିବା ସହିତ ୧୪ ତାରିଖ ବେଳକୁ ଉପକୂଳ ଓଡ଼ିଶା ଓ ଏହାର ସଲଗ୍ନ ଅଞ୍ଚଳରେ ବର୍ଷା ହେବା ସହିତ ୧୫ତାରିଖ ପର୍ଯ୍ୟନ୍ତ ଏହା ଲାଗି ରହିବ।

ଚଳିତ ରଥଯାତ୍ରାରେ ଭୁବନେଶ୍ୱର, ପୁରୀ ସମେତ କେନ୍ଦ୍ରୀୟ ଓ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷାର ଆଶଙ୍କା ଦେଖା ଦେଇଛି। ଅପପରକ୍ଷରେ ଗତ ୨୪ଘଣ୍ଟା ମଧ୍ୟରେ ରାଜ୍ୟରେ କେତେକ ସ୍ଥାନରେ ସାମାନ୍ୟ ବର୍ଷା ହୋଇଛି। କୋରାପୁଟରେ ସର୍ବାଧିକ ୫୪.୨ ମି.ମି ବର୍ଷା ହୋଇଥିବା ବେଳେ ଟିଟିଲାଗଡ଼ରେ ୨୧ ମି.ମି, ମାଲାକାନାଗିରିରେ ୧୪.୪ ମି.ମି ଓ ସମ୍ବଲପୁରରେ ୭୮. ମି.ମି ବର୍ଷା ରେକର୍ଡ କରାଯାଇଛି।