୧୦ ହଜାର ତଳକୁ ଖସୁନି ଦୈନିକ ସଂକ୍ରମଣ ସଂଖ୍ୟା । ୨୪ ଘଣ୍ଟାରେ ଆଉ ୧୦,୬୪୯ ନୂଆ ପଜିଟିଭ୍ ଚିହ୍ନଟ, ଖୋର୍ଦ୍ଧାରେ ସର୍ବାଧିକ ୧୫୪୭ ଆକ୍ରାନ୍ତ

276

କନକ ବ୍ୟୁରୋ : ରାଜ୍ୟରେ ୧୦ ହଜାର ତଳକୁ ଖସୁନି ଦୈନ୍ଖଳ ସଂକ୍ରମଣ ସଂଖ୍ୟା । ଗତ ୨୪ ଘଂଟାରେ ରାଜ୍ୟରେ ଆଉ ୧୦,୬୪୯ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୧୫୪୭ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସୁନ୍ଦରଗଡରୁ ୭୭୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସେହିପରି କଟକରୁ ୯୩୦, ଅନୁଗୁଳରୁ ୫୫୭, ବାଲେଶ୍ୱରରୁ ୫୦୩, ସମ୍ବଲପୁରରୁ ୪୯୪, ମୟୂରଭଞ୍ଜରୁ ୪୦୪, ବରଗଡରୁ ୩୯୧, ଝାରସୁଗୁଡାରୁ ୩୬୮, ନୟାଗଡରୁ ୩୫୭, ପୁରୀରୁ ୩୩୫, ନୂଆପଡାରୁ ୩୩୧, ଯାଜପୁରରୁ ୩୦୭ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଦିନକରେ ୨୮ଟି ଜିଲ୍ଲାରେ ନୂଆ ଆକ୍ରାନ୍ତ ସଂଖ୍ୟା ତିନି ଅଙ୍କ ଉପରେ ରହିଥିବାବେଳେ ୨ଟି ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ତିନି ଅଙ୍କ ତଳେ ଅର୍ଥାତ ଶହେ ତଳେ ରହିଛି । ଶହେ ତଳେ ଚିହ୍ନଟ ହୋଇଥିବା ଜିଲ୍ଲା ହେଉଛି ମାଲକାନଗିରି ଓ କନ୍ଧମାଳ । ମାଲକାନଗିରିରୁ ୪୮ ଜଣ ନୂଆ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ କନ୍ଧମାଳରୁ ୬୯ ଜଣ ଚିହ୍ନଟ ହୋଇଛନ୍ତି । ଅନ୍ୟପଟେ ୨୪ ଘଂଟାରେ ରାଜ୍ୟରେ ୮୫୪୭ ଜଣ ସୁସ୍ଥ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୧୬୫ ସୁସ୍ଥ ହୋଇଛନ୍ତି ।