ଆଜି ଆସୁଛନ୍ତି ମୋହନ ଭାଗବତ । ୭ ଦିନ ଧରି ଭୁବନେଶ୍ୱରରେ ଚାଲିବ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଅଖିଳ କାର୍ଯ୍ୟକାରୀ ମଣ୍ଡଳ ବୈଠକ 

249

କନକ ବ୍ୟୁରୋ  : ଆଜି ଓଡିଶା ଆସୁଛନ୍ତି ଆରଏସଏସ ମୁଖ୍ୟ ମୋହନ ଭାଗବତ । ଆଜିଠାରୁ ଆସନ୍ତା ୨୦ ତାରିଖ ଯାଏ ୯ ଦିନ ଧରି ଭୁବନେଶ୍ୱରରେ ଆୟୋଜିତ ହେବାକୁ ଯାଉଛି ଆରଏସଏସର ଅଖିଳ କାର୍ଯ୍ୟକାରୀ ମଣ୍ଡଳ ବୈଠକ । ଏଥିରେ ସାମିଲ ହେବାକୁ ମୋହନ ଭାଗବତ ଆସୁଛନ୍ତି । ବୈଠକ ସରିବା ଯାଏ ଭାଗବତ ଓଡିଶାରେ ରହିବେ ବୋଲି ସୂଚନା ମିଳିଛି । ସେପଟେ ବିଜେପିର କାର୍ଯ୍ୟକାରୀ ସଭାପତି ଜେପି ନଡ୍ଡା ମଧ୍ୟ ଏହି ବୈଠକରେ ସାମିଲ ହେବେ । ଆସନ୍ତା ୧୫ ତାରିଖରେ ସେ ଆସିବେ ବୋଲି କୁହାଯାଉଛି । ତେବେ ନଡ୍ଡା ୪ ଦିନ ଓଡିଶାରେ ରହିବେ ବୋଲି ସୂଚନା ମିଳିଛି ।

source : news 18

ନଡ୍ଡା ଏବଂ ମୋହନ ଭାଗବତଙ୍କ ସମେତ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ପ୍ରାୟ ୩୦୦ ପଦାଧିକାରୀଙ୍କ ସମେତ ବିଜେପିର କିଛି ବରିଷ୍ଠ ନେତା ଓ କେନ୍ଦ୍ରମନ୍ତ୍ରୀ ମଧ୍ୟ ଏହି କର୍ମଶାଳାରେ ଭାଗ ନେବେ । ମଣ୍ଡଳ ବୈଠକରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ବର୍ଷ ତମାମର କାର୍ଯ୍ୟସୂଚୀ ସ୍ଥିର କରାଯିବ । ଏଥିସହ ମୋଦୀ ସରକାର ନେଇଥିବା ପଦକ୍ଷେପ ସଂପର୍କରେ ବିସ୍ତୃତ ଆଲୋଚନା କରାଯିବ । ପ୍ରଥମ ଥର ପାଇଁ ଏପରି ଏକ ଜାତୀୟ ସ୍ତରର ବୈଠକ ଓଡ଼ିଶାରେ ଆୟୋଜନ କରୁଛି ଆରଏସଏସ୍ ।