ଆଜି ମକର ସଂକ୍ରାନ୍ତି : କ’ଣ ରହିଛି ଏହି ପୂଜାର ମାନ୍ୟତା, କାହିଁକି ପାଳନ କରାଯାଏ ମକର ସଂକ୍ରାନ୍ତି ?

484

କନକ ବ୍ୟୁରୋ : ଆମ ଦେଶରେ ମକର ସଂକ୍ରାନ୍ତି ପର୍ବର ବିଶେଷ ମହତ୍ୱ ରହିଛି । ଯାହାକୁ ପ୍ରତିବର୍ଷ ଜାନୁୟାରୀ ମାସରେ ଖୁବ୍ ଧୂମଧାମରେ ପାଳନ କରାଯାଏ । ଏହି ଦିନ ସୂର୍ଯ୍ୟ ଉତ୍ତରାୟଣ ହୋଇଥାନ୍ତି । ଅର୍ଥାତ୍ ପୃଥିବୀର ଉତ୍ତର ଗୋଲାର୍ଦ୍ଧ ସୂର୍ଯ୍ୟଙ୍କ ଆଡକୁ ଢଳିଥାଏ । ପରମ୍ପରା ଅନୁସାରେ ଏହି ଦିନ ସୂର୍ଯ୍ୟ ମକର ରାଶିରେ ପ୍ରବେଶ କରିଥାନ୍ତି । ଦେଶର ବିଭିନ୍ନ ରାଜ୍ୟରେ ଏହି ପର୍ବକୁ ଅଲଗା ଅଲଗା ନାମରେ ପାଳନ କରାଯାଏ । ଏହିବର୍ଷ ୧୪ ଜାନୁୟାରୀରେ ମକର ସଂକ୍ରାନ୍ତି ପାଳନ କରାଯାଉଛି । ଆସନ୍ତୁ ଜାଣିବା ମକର ସଂକ୍ରାନ୍ତି ଦିନ କଣ କରିବାର ବିଧି ରହିଛି ଏବଂ କାହିଁକି ଏ ଉତ୍ସବ ପାଳନ କରାଯାଉଛି ।

କଣ ରହିଛି ମାନ୍ୟତା –

୧ – ମକର ସଂକ୍ରାନ୍ତି ଦିନ ଗଙ୍ଗାମାତା ଭାଗୀରଥିଙ୍କ ପଛେ ପଛେ ଚାଲି କପିଳ ମୁନିଙ୍କ ଆଶ୍ରମ ଦେଇ ସାଗର ସହ ମିଶିଥିଲେ ।

୨ – ମାନ୍ୟତା ଏହା ଯେ, ଏହି ଦିନ ଯଶୋଦା ଶ୍ରୀକୃଷ୍ଣଙ୍କୁ ପ୍ରାପ୍ତ କରିବା ନେଇ ବ୍ରତ ରଖିଥିଲେ ।

୩- ଏହା ମଧ୍ୟ ବିଶ୍ୱାସ କରାଯାଏ କି ଆଜି ଠାରୁ ୧୦୦୦ ବର୍ଷ ପୂର୍ବେ ମକର ସଂକ୍ରାନ୍ତି ୩୧ ଡିସେମ୍ବରରେ ପାଳନ କରାଯାଉଥିଲା । ଗତ ଏକ ହଜାର ବର୍ଷରେ ଏହାର ଦୁଇ ସପ୍ତାହ ଆଗକୁ ଘୁଂଚିଯିବା ଯୋଗୁଁ ୧୪ ଜାନୁୟାରୀରେ ଏହା ପାଳନ କରାଯାଉଛି । ଏବେ ସୂର୍ଯ୍ୟଙ୍କର ଚଳନ ଆଧାରରେ ଏହା ଅନୁମାନ କରାଯାଏ । ୫୦୦୦ ବର୍ଷ ପରେ ମକର ସଂକ୍ରାନ୍ତି ଫେବୃୟାରୀ ମାସର ଶେଷରେ ପାଳନ କରାଯିବ ।

୪ – ସୂର୍ଯ୍ୟଙ୍କର ଧନୁ ରାଶିରୁ ମକର ରାଶିରେ ପ୍ରବେଶ କରିବାକୁ ‘ମକର ସଂକ୍ରାନ୍ତି’ କୁହାଯାଏ ।

୫ – ମହାରାଷ୍ଟ୍ରରେ ବିଶ୍ୱାସ କରାଯାଏ କି ମକରସଂକ୍ରାନ୍ତିରୁ ସୂର୍ଯ୍ୟଙ୍କ ଗତି ଧିରେ ଧିରେ ବଢେ । ଏଥିପାଇଁ ଏହି ଦିନ ରାଶିର ବିଭିନ୍ନ ମିଷ୍ଠାନ ତିଆରି କରି ଉଭୟ ଉଭୟଙ୍କୁ ବାଣ୍ଟିଥାନ୍ତି ଏବଂ ଶୁଭକାମନା ଦେଇ ଉତ୍ସବ ପାଳନ କରିଥାନ୍ତି ।

କାହିଁକି ପାଳନ କରାଯାଏ ମକର ସଂକ୍ରାନ୍ତି –

ସୂର୍ଯ୍ୟଦେବ ଯେବେ ଧନୁ ରାଶିରୁ ମକରରେ ପହଁଚିଥାନ୍ତି ତ ମକର ସଂକ୍ରାନ୍ତି ପାଳନ କରାଯାଏ । ସୂର୍ଯ୍ୟଙ୍କର ଧନୁ ରାଶିରୁ ମକର ରାଶିକୁ ଯିବାର ମହତ୍ତ୍ୱ ଏଥିପାଇଁ ଅଧିକ କାରଣ ଏହି ସମୟରେ ସୂର୍ଯ୍ୟ ଦକ୍ଷିଣାୟନରୁ ଉତ୍ତରାୟଣ ନେଇଥାନ୍ତି । ଦେବତାମାନଙ୍କ ଦିନ ଭାବେ ବିଶ୍ୱାସ କରାଯାଏ । ମକର ସଂକ୍ରାନ୍ତିର ଶୁଭ ମୁହୂର୍ତ୍ତରେ ସ୍ନାନ ଓ ଦାନ-ପୁଣ୍ୟ କରିବାର ବିଶେଷ ମହତ୍ୱ ରହିଛି । ଏହି ଦିନ ଖେଚୁଡିର ଭୋଗ ଲଗାଯାଏ । ଖାଲି ଏତିକି ନୁହେଁ ଅନେକ ସ୍ଥାନରେ ପୂର୍ବପୁରୁଷଙ୍କ ଆତ୍ମାର ଶାନ୍ତି ପାଇଁ ଖେଚୁଡି ଦାନ କରିବାର ମଧ୍ୟ ବିଧାନ ରହିଛି । ମକର ସଂକ୍ରାନ୍ତି ରେ ରାଶି ଓ ଗୁଡର ପ୍ରସାଦ ମଧ୍ୟ ବଂଟା ଯାଏ । ଅନେକ ସ୍ଥାନରେ ଗୁଡି ଉଡାଇବାର ପରମ୍ପରା ମଧ୍ୟ ରହିଛି ।