ସର୍ବାଧିକ ପ୍ରସାରିତ ଓଡିଆ ଖବରକାଗଜ ସମ୍ବାଦର ଆଜି ୩୩ତମ ଜନ୍ମ ଦିବସ

193

କନକ ବ୍ୟୁରୋ : ସର୍ବାଧିକ ପ୍ରସାରିତ ଓଡିଆ ଖବରକାଗଜ ସମ୍ବାଦ’ର ଆଜି ୩୩ ତମ ଜନ୍ମଦିବସ । ସମ୍ବାଦ’ର ସ୍ୱନକ୍ଷତ୍ର ଉପଲକ୍ଷେ ଇଷ୍ଟର୍ଣ୍ଣ ଗ୍ରୁପ୍ ଅଫ୍ ମିଡିଆ ପକ୍ଷରୁ ଆୟୋଜିତ ହେଉଛି ବିଭିନ୍ନ କାର୍ଯ୍ୟକ୍ରମ । ଏହି ଅବସରରେ ଭୁବନେଶ୍ୱର ଜୟଦେବ ଭବନରେ ଅନୁଷ୍ଠିତ ହେବ ସ୍ୱତନ୍ତ୍ର କାର୍ଯ୍ୟକ୍ରମ । ସମ୍ବାଦ’ର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକଙ୍କ ପୌରୋହିତ୍ୟରେ ସଂଧ୍ୟା ୬ଟାରେ ଏହି କାର୍ଯ୍ୟକ୍ରମ ହେବ ।

ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ବିଶିଷ୍ଟ ଗାନ୍ଧିବାଦୀ ତଥା ମାଗାସେସେ ପୁରସ୍କାର ବିଜେତା ପରିବେଶବିତ୍ ପଦ୍ମଭୂଷଣ ଚଣ୍ଡୀପ୍ରସାଦ ଭଟ୍ଟ । ଏହା ସହ ମୁଖ୍ୟ ବକ୍ତା ଭାବେ ଯୋଗ ଦେବେ ପ୍ରଖ୍ୟାତ ସାମ୍ବାଦିକ ତଥା ପୂର୍ବତନ ରାଜ୍ୟସଭା ସଦସ୍ୟ ପଦ୍ମଭୂଷଣ ହରିକିଶନ୍ ଦୁଆ । ଏହି ଉପଲକ୍ଷେ ଜୟଦେବ ଭବନରେ ଗତକାଲି ଆୟୋଜିତ ହୋଇଥିଲା ରାଜ୍ୟସ୍ତରୀୟ ବିତର୍କ ଓ ସାରେଗାମା ପ୍ରତିଯୋଗିତା । ଆଜି କୃତି ପ୍ରତିଯୋଗୀମାନଙ୍କୁ ‘ସମ୍ବାଦ’ ପକ୍ଷରୁ ସମ୍ମାନିତ କରାଯିବାର କାର୍ଯ୍ୟକ୍ରମ ରହିଛି ।