ଆଜି ଆସିବ ରାଜ୍ୟ ବଜେଟ୍ ! ପଂଚାୟତ ବିଫଳତା ପରେ ଗ୍ରାମାଂଚଳ ଓଡିଶାକୁ ଅଗ୍ରାଧିକାର ଦେଇପାରନ୍ତି ନବୀନ ସରକାର

34

କନକ ବ୍ୟୁରୋ : ଆଜି ବିଧାନସଭାରେ ଉପସ୍ଥାପନ କରାଯିବ ରାଜ୍ୟ ବଜେଟ୍ । ୨୦୧୭-୧୮ ଆର୍ଥିକ ବର୍ଷ ପାଇଁ ବଜେଟ ଆଗତ କରାଯିବାକୁ ଥିବାବେଳେ ଏଥର ବଜେଟରେ ସବୁ ବର୍ଗକୁ ସମାନ ସୁବିଧା ଦିଆଯିବ ବୋଲି କହିଛନ୍ତି ସରକାର । ତେବେ ବଜେଟର ଆକାର ୧ ଲକ୍ଷ କୋଟି ଟଙ୍କାରୁ ଉଦ୍ଧ୍ୱରୁ ହେବ ବୋଲି ଆକଳନ କରାଯାଉଛି । ସେପଟେ କିନ୍ତୁ ଅର୍ଥନୈତିକ ସର୍ଭେ ରିପୋର୍ଟକୁ ନେଇ ବିଜେଡି ସରକାରକୁ ଘେରିଛି ବିଜେପି ।

ଅର୍ଥନୈତିକ ସର୍ଭେ ରିପୋର୍ଟରେ ରାଜ୍ୟର ଜିଡିପି ୭ ଦଶମିକ ୯୪ ପ୍ରତିଶତ ରହିବ ଏବଂ ଜାତୀୟ ଅଭିବୃଦ୍ଧି ଠାରୁ ଏହା ଅଧିକ ବୋଲି ସରକାର ଦର୍ଶାଇଛନ୍ତି । ତେବେ ବିଜେପି କହିଛି, ରାଜ୍ୟ ସରକାର ପୁଣି ଥରେ ମିଥ୍ୟା ତଥ୍ୟର ସୌଦାଗର ପାଲଟିଛନ୍ତି । ହୋଟେଲ, ରିୟଲ ଇଷ୍ଟେଟ, ପରିବହନ କ୍ଷେତ୍ର ମାନ୍ଦା ରହିଛି । ଓଡିଶାର ଅଭିବୃଦ୍ଧି ହାର ଜାତୀୟ ହାରରୁ କେମିତି ବଢିଲା ବୋଲି ବିଜେପି ପ୍ରଶ୍ନ କରିଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ-