୮୮ ବର୍ଷରେ ପାଦ ଦେଲେ ସୁର ସାମ୍ରାଜ୍ଞୀ ଲତା ! ନିଜ ସଙ୍ଗୀତରେ ଲୋକଙ୍କ ମନରେ ଜାଗ୍ରତ କରିଥିଲେ ଦେଶପ୍ରେମ

85

ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକର । ଆଜି ୮୮ ବର୍ଷରେ ପାଦ ଦେଇଛନ୍ତି । ଇନ୍ଦୋରର ଏକ ମରାଠୀ ପରିବାରରେ ଭାରତର ଏହି କୋକିଳକଣ୍ଠୀ, ୧୯୨୯ ସେପ୍ଟେମ୍ବର ୨୮ରେ ଜନ୍ମଗ୍ରହଣ କରିଥିଲେ । ସମଗ୍ର ବିଶ୍ୱରେ ଲତା ସୁର ସାମ୍ରାଜ୍ଞୀ ଭାବେ ପରିଚିତ । ପଣ୍ଡିତ ଦୀନନାଥ ମଙ୍ଗେସକରଙ୍କ ବଡ ଝିଅ ଲତା ପ୍ରଥମେ ଅଭିନୟରେ କ୍ୟାରିୟର ଆରମ୍ଭ କରିବାକୁ ମନସ୍ଥ କରିଥିଲେ । ବିଧିର ବିଧାନ କିନ୍ତୁ ଥିଲା ନିଆରା ।

lata-radio୧୯୪୫ରେ ପିତାଙ୍କର ଜଣେ ଘନିଷ୍ଠ ବନ୍ଧୁଙ୍କ ପରାମର୍ଶରେ ମୁମ୍ବଇ ଆସି ଗୀତ ଶିଖିବା ସହ ବିଭିନ୍ନ ଚଳଚିତ୍ରରେ ଗାଇବା ଆରମ୍ଭ କରିଥିଲେ । ସୁର ସାମ୍ରାଜ୍ଞୀ ଲତା ଭାରତ ରତ୍ନ, ପଦ୍ମବିଭୂଷଣ, ଦାଦା ସାହେବ ଫାଲକେ ଆୱାର୍ଡ, ମହାରାଷ୍ଟ୍ର ଭୂଷଣ ଆୱାର୍ଡ ଆଦି ସମ୍ମାନରେ ସମ୍ମାନିତ ହୋଇଛନ୍ତି । ଲତା ୨୦ରୁ ଉର୍ଦ୍ଧ ଭାଷାରେ ଗୀତ ଗାଇଛନ୍ତି । ପ୍ରାୟ ୧ହଜାରରୁ ଉଦ୍ଧ୍ୱð ଚଳଚିତ୍ରରେ କଣ୍ଠଦାନ କରିଛନ୍ତି ଲତା ।ଦୀର୍ଘ ୭ ଦଶକ ଧରି ବଲିଉଡରେ ରାଜ କରିଛନ୍ତି ଲତା ।

ଗୀତ ଗାଇବା ସହ ତାଙ୍କର ଆଉ ଏକ ବଡ ଦୁର୍ବଳତା ହେଉଛି କ୍ରିକେଟ ଖେଳ ଦେଖିବା । ଭାରତର ମ୍ୟାଚ ଥିଲେ , ସେ ଯେଉଁଠି ଥିଲେ ମଧ୍ୟ ଦେଖିବାକୁ ଭୁଲି ନଥାନ୍ତି । ଏପରିକି ସଚିନ ତାଙ୍କର ସବୁଠାରୁ ପସନ୍ଦର ଖେଳାଳୀ । ସେହିଭଳି ଭାରତୀୟ ଖାଦ୍ୟ ମଧ୍ୟ ତାଙ୍କର ସବୁଠୁ ପ୍ରିୟ । ବିଦେଶୀ ଖାଦ୍ୟ ଖାଇବାକୁ ଲତା ପସନ୍ଦ କରିନଥାନ୍ତି । ତାଙ୍କର ଲୋକପ୍ରିୟ ସଙ୍ଗୀତଗୁଡିକ ହେଲା ଏ ମେରେ ୱତନ କେ ଲୋଗେଁ…, କୋରା କାଗଜ ଥା ଏ ମନ ମେରା, ୟାରା ସିଲିସିଲି ଇତ୍ୟାଦି । ସମସ୍ତ ପ୍ରକାର ଗୀତ ବୋଲିବାରେ ମାହିର ଥିଲେ ଲତା । କେତେବେଳେ ଦେଶାତ୍ମବୋଧ ଗୀତ ଗାଇ ଲୋକଙ୍କ ମନରେ ଦେଶପ୍ରେମ ଜାଗ୍ରତ କରୁଥିଲେ ପୁଣି କେତେବେଳେ ରୋମାଣ୍ଟିକ ଗୀତ ଗାଇ ପ୍ରେମୀଯୁୁଗଳଙ୍କ ମନରେ ଏକ ନିଆରା ଛାପ ସୃଷ୍ଟି କରିଥିଲେ ।ବଲିଉଡର ଜଣେ ଭେଟରାନ ସିଙ୍ଗର ଭାବେ ଲତା ବେଶ ନାଁ କମାଇଛନ୍ତି ।