ଆଜି ଧନତେରସ୍ : ସୁନା କିଣିଲେ ଧନ ବଢିବା ନେଇ ରହିଛି ବିଶ୍ୱାସ

64

କନକ ବ୍ୟୁରୋ: ଆଜି ଧନତେରସ୍ । ଲୋକଙ୍କ ବିଶ୍ୱାସ ରହିଛି ଏବଂ ପରମ୍ପରା ଅନୁଯାୟୀ ଆଜି କିଛି ସୁନାରୂପା ଜିନିଷ କିଣି ଘରକୁ ଆଣିଲେ ମାଆ ଲକ୍ଷ୍ମୀ ପ୍ରସନ୍ନ ହେବେ । ଏହିଦିନ ସୁନା ଦେକାନ ଗୁଡିକରେ ଗ୍ରାହକ ମାନଙ୍କ ଭିଡ ଜମିବା ସହ ଭଲ ବ୍ୟବସାୟକୁ ଆଖି ଆଗରେ ରଖି ସୁନା ଦୋକାନୀ ମାନେ ଗ୍ରାହକ ମାନଙ୍କୁ ଆକର୍ଷିତ କଲାଭଳି ମନଲୋଭାଣିଆ ଅଫର ମଧ୍ୟ ରଖିଥାନ୍ତି ।

ହଲମାର୍କ ପକ୍ଷରୁ ମଧ୍ୟ ଆକର୍ଷଣୀୟ ଉପହାର ଗ୍ରାହକମାନଙ୍କ ପାଇଁ ରଖାଯାଇଛି । ଭାରତୀୟ ପଂଜିକା ଅନୁସାରେ ଏହି ପର୍ବ କାର୍ତିକ କୃଷ୍ଣ ତ୍ରୟଦୋଶୀରେ ପାଳନ କରାଯାଇଥାଏ , ଏହି ଦିନଟିକୁ ଧନ ତ୍ରୟଦୋଶୀ ମଧ୍ୟ କୁହାଯାଏ । ମାତ୍ର ଲୋକଙ୍କ ମୁହଁରେ ଏହା ଅପଭ୍ରଂଶ ହୋଇ “ଧନ ତ୍ରୟଦୋଶୀ’’ଶବ୍ଦଟି “ଧନ ତେରସ”ରେ ପରିଣତ ହୋଇଛି ।