ଆଇପିଏଲ ଟକ୍କର: ଆଜି ମୁହାଁମୁହିଁ ହେବେ ରାଜସ୍ଥାନ-ପଞ୍ଜାବ 

191

କନକ ବ୍ୟୁରୋ: ଆଜି ଆଇପିଏଲ ୨୦୨୧ର ୩୨ ତମ ମ୍ୟାଚ ଖେଳାଯିବ । ଏହି ମ୍ୟାଚରେ ମୁହାଁମୁହିଁ ହେବେ ରାଜସ୍ଥାନ ରୟାଲ୍ସ ବନାମ ପଞ୍ଜାବ କିଙ୍ଗସ । ଏହି ମ୍ୟାଚ ଉଭୟ ଦଳ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ରହିଛି । କାରଣ ପଏଣ୍ଟ ଟେବୁର ଉପରକୁ ଉଠିବା ପାଇଁ ଉଭୟ ଜୋରଦାର ପ୍ରୟାସ କରିବେ ।

ଉଭୟ ଦଳ ଚଳିତ ଆଇପିଏଲରେ ଦ୍ୱିତୀୟ ଥର ପାଇଁ ମୁହାଁମୁହିଁ ହେବେ । ପ୍ରଥମ ମ୍ୟାଚରେ ପଞ୍ଜାବ ବିଜୟ ଲାଭ କରିଥିଲା । ହେଲେ ରାଜସ୍ଥାନ ମଧ୍ୟ ଚମତ୍କାର ପ୍ରଦର୍ଶନ କରିଥିଲା । ପଞ୍ଜାବ ୨୨୧ ରନ କରିଥିଲା ବେଳେ ରାଜସ୍ଥାନ ଏହି ବୃହତ ବିଜୟ ଲକ୍ଷ୍ୟକୁ ପିଛା କରି ୨୧୭ ରନ କରିଥିଲା । ହେଲେ ବିଜୟ ଲକ୍ଷ୍ୟ ହାସଲ କରିପାରିନଥିଲେ ।

ସେହିପରି ଦେଖିବାକୁ ଗଲେ ଉଭୟ ଦଳ ଚଳିତ ଆଇପିଏଲରେ ଏତେ ଖାସ ପ୍ରଦର୍ଶନ କରିପାରିନହାନ୍ତି । ହେଲେ ଏବେ ବି ପ୍ଲ ଅଫରେ ଯିବା ପାଇଁ ଉଭୟ ଦଳଙ୍କ ପାଖରେ ସୁଯୋଗ ରହିଛି । ଏପର୍ଯ୍ୟନ୍ତ ରାଜସ୍ଥାନ ୭ଟି ମ୍ୟାଚ ଖେଳି ୩ଟିରେ ବିଜୟ ଓ ୪ଟିରେ ପରାଜୟ ହୋଇ ପଞ୍ଚମ ସ୍ଥାନରେ ରହିଛି । ସେହିପରି ପଞ୍ଜାବ ୮ଟି ମ୍ୟାଚ ଖେଳି ୩ଟିରେ ବିଜୟୀ ହୋଇଥିବା ବେଳେ ୫ଟିରେ ପରାଜିତ ହୋଇ ଷଷ୍ଠ ସ୍ଥାନରେ ରହିଛି ।