ଆଜି ଦେଶର ସବୁଠୁ ଉତ୍ତପ୍ତ ସହର ଭୁବନେଶ୍ୱର । ସର୍ବାଧିକ ତାପମାତ୍ରା ୩୯.୪ ଡିଗ୍ରୀ ରେକର୍ଡ ।

197

କନକ ବ୍ୟୁରୋ : ଆଜି ଦେଶର ସବୁଠୁ ଉତ୍ତପ୍ତ ସହର ଭୁବନେଶ୍ୱର । ଭୁବନେଶ୍ୱରର ସର୍ବାଧିକ ତାପାମାତ୍ରା ୩୯.୪ ଡିଗ୍ରୀ ରେକର୍ଡ । ଏନେଇ ସୂଚନା ଦେଲା ଭାରତୀୟ ପାଣିପାଗ ବିଭାଗ । ଗତ କାଲି ମଧ୍ୟ ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ଥିଲା ଭୁବନେଶ୍ୱର ।

ତେବେ ରାଜ୍ୟରେ ଅନେକ ଜିଲ୍ଲାରେ ମଧ୍ୟ ଅଧିକ ତାପମାତ୍ରା ରହିଥିଲା । ବାରିପଦାରେ ୩୮ ଡିଗ୍ରୀ , ତାଳଚେର ୩୭.୧ ଡିଗ୍ରୀ, ଅନୁଗୁଳ ୩୭.୭ ଡିଗ୍ରୀ, କଟକ ୩୭ ଡିଗ୍ରୀ, ବଲାଙ୍ଗିର ୩୭ ଡିଗ୍ରୀ, ଟିଟଲାଗଡ ୩୭.୬ ଡିଗ୍ରୀ, ନୟାଗଡ ୩୬.୫ ଡିଗ୍ରୀ, ସମ୍ବଲପୁର ୩୬.୨ ଡିଗ୍ରୀ ରହିଛି ।

ତେବେ ଗ୍ରୀଷ୍ମ ଆରମ୍ଭରୁ ହିଁ ତାପମାତ୍ରା ବଢିବାରେ ଲାଗିଛି । ରାଜଧାନୀ ଭୁବନେଶ୍ୱରରେ ଦୁଇ ଦିନ ହେବ ସର୍ବାଧିକ ତାପମାତ୍ରା ରହିଛି । ତେବେ ଏହା ପୂର୍ବରୁ ରାଜ୍ୟ ସରକାର ତାତିକୁ ଦୃଷ୍ଟିରେ ରଖି ଆଗୁଆ ପଦକ୍ଷେପ ନେଇଛନ୍ତି ।