ଆଜି ପୁରୀ ଆସୁଛନ୍ତି ଆମିକସ କ୍ୟୁରୀ ଓ ସଲିସିଟର ଜେନେରାଲ । ଶ୍ରୀକ୍ଷେତ୍ରରେ ଉଚ୍ଛେଦ ପ୍ରକ୍ରିୟା ଓ ବିକାଶ ଯୋଜନା ଉପରେ କରିବେ ଅନୁଧ୍ୟାନ

296

କନକ ବ୍ୟୁରୋ : ଆଜି ପୁରୀ ଆସୁଛନ୍ତି ଆମିକସ କ୍ୟୁରୀ ରଂଜିତ କୁମାର ଓ ସଲିସିଟର ଜେନେରାଲ ଅଶୋକ ମେହେଟା । ପୁରୀରେ ଚାଲିଥିବା ଉଚ୍ଛେଦ କାର୍ଯ୍ୟ ସହ ଶ୍ରୀମନ୍ଦିରର ଭିତର ବାହାରର ବିକାଶ ଯୋଜନାର ଅନୁଧ୍ୟାନ କରିବେ । ଏହାପରେ ଦିଲ୍ଲୀ ଫେରିଯାଇ ସୁପ୍ରିମକୋର୍ଟଙ୍କୁ ରିପୋର୍ଟ ଦେବେ । ପୂର୍ବରୁ ଶ୍ରୀମନ୍ଦିର ଚାରିକଡ଼ରେ ଉଚ୍ଛେଦ ଉପରେ ରହିତାଦେଶ ଜାରି କରିବାକୁ ହୋଇଥିବା ୨ଟି ଆବେଦନକୁ ଖାରଜ କରିଦେଇଛନ୍ତି ସୁପ୍ରିମକୋର୍ଟ । ଅଗଷ୍ଟ ୨୭ ତାରିଖରେ ଏନେଇ ଆଡଭୋକେଟ ଜେନେରାଲ ପକ୍ଷ ରଖିଥିଲେ ।

ଶ୍ରୀମନ୍ଦିର ସଂସ୍କାର ପାଇଁ ନିଯୁକ୍ତ ଜଷ୍ଟିସ୍ ବି.ପି ଦାସ କମିଶନଙ୍କ ସୁପାରିଶ ଏବଂ ରାଜ୍ୟ କ୍ୟାବିନେଟର ସ୍ୱୀକୃତି କ୍ରମେ ଉଚ୍ଛେଦ କରାଯାଉଥିବା କହିଥିଲେ ଆଡଭୋକେଟ ଜେନରାଲ । ଏହାପରେ ସର୍ବୋଚ୍ଚ ନ୍ୟାୟାଳୟ ଦୁଇଟି ମାମଲାକୁ ଖାରଜ କରିଦେଇଥିଲେ । ଏଥିସହ ଶ୍ରୀମନ୍ଦିର ଭିତର ଏବଂ ବାହାରରେ କେଉଁ ସବୁ ନୂଆ ବିକାଶ ଯୋଜନା ରହିଛି, ସେ ସଂପର୍କରେ ଏକ ବିସ୍ତୃତ ରିପୋର୍ଟ ଦେବାକୁ ଆମିକସ୍ କ୍ୟୁରୀ ଏବଂ ସୋଲିସିଟର୍ ଜେନେରାଲଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଆଜି ପୁରୀ ଆସୁଛନ୍ତି ଆମିକସ କ୍ୟୁରୀ ଓ ସୋଲିସିଟର ଜେନେରାଲ ।