ସୁରର ମଲ୍ଲିକା ତଥା ଅଲରାଉଣ୍ଡର ଆଶା ଭୋସଁଲେ । ଯିଏକି ନିଜ ଯାଦୁଗରୀ କଣ୍ଠ ଓ ସୁରର ସରଗମରେ ସମସ୍ତଙ୍କୁ ବାନ୍ଧି ରଖିପାରନ୍ତି । ସଂଗୀତ ଦୁନିଆର ଏହି ରାଣୀଙ୍କର ଆଜି ହେଉଛି ୮୩ ତମ ଜନ୍ମଦିନ ।
ବୟସର ଏତେ ପାହାଚ ଚଢିବା ପରେ ବି ସେ ନିଜ ସୁରର ଚମକ ବଜାୟ ରଖିଛନ୍ତି । ୧୯୩୩ ମସିହା ଆଜିର ଦିନରେ ଜନ୍ମଗ୍ରହଣ କରିଥିଲେ ଆଶା ଭୋସଁଲେ । ୧୯୪୩ରୁ ନିଜ କର୍ମମୟ ଜୀବନ ଆରମ୍ଭ କରିଥିବା ଆଶା ପାଖାପାଖି ୨୦ଟି ଭାରତୀୟ ଓ ବିଦେଶୀ ଭାଷାରେ ଗୀତ ଗାଇଛନ୍ତି ।
ଗିନିସ ବୁକ ଅଫ ୱାଲ୍ଡ ରେକର୍ଡ ଅନୁସାରେ ବିଶ୍ୱ ସଂଗୀତ ଇତିହାସରେ ଆଶା ସବୁଠୁ ଅଧିକ ଗୀତ ଗାଇଥିବା ଗାୟିକା । ବର୍ତମାନ ସୁଦ୍ଧା ୧୨ ହଜାରରୁ ଅଧିକ ଗୀତ ସେ ଗାଇଛନ୍ତି । ଦାଦା ସାହେବ ଫାଲକେ, ପଦ୍ମ ବିଭୂଷଣ, ଆଲଫା ଆୱାର୍ଡ, ଜାତୀୟ ଚଳଚିତ୍ର ପୁରସ୍କାର ଓ ଲାଇଫ ଟାଇମ ଆଚିଭମେଂଟ ପରି ଅନେକ ଆୱାର୍ଡରେ ସମ୍ମାନିିତ ହୋଇଛନ୍ତି ଆଶା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/09/asha.jpg)