ଭୁବନେଶ୍ୱର ପାଇଁ ଭଲ ଖବର: ଭୁବନେଶ୍ୱରରୁ ୧୮୯ ଆକ୍ରାନ୍ତ, ୨୬୭ ସୁସ୍ଥ…

96

କନକ ବ୍ୟୁରୋ : କ୍ରମାଗତ ଭାବେ ଭୁବନେଶ୍ୱରରୁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ଗତ ୨୪ ଘଂଟା ମଧ୍ୟରେ ଭୁବନେଶ୍ୱରରୁ ୧୮୯ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନ ସେଂଟରରୁ ୪୭ ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ ୧୪୨ ରହିଛି । ଏହାସହ ଗତ ୨୪ ଘଂଟା ମଧ୍ୟରେ ଭୁବନେଶ୍ୱରରୁ ୨୬୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ତେଣୁ ଏବେ ଦୈନିକ ଆକ୍ରାନ୍ତଙ୍କ ତୁଳନାରେ ସୁସ୍ଥକଙ୍କ ସଂଖ୍ୟା ବଢିବାରେ ଲାଗିଛି । ଯାହା ଭୁବନେଶ୍ୱବାସୀଙ୍କୁ ଆସ୍ୱସ୍ଥି ପ୍ରଦାନ କରିଛି । ସେପଟେ ଭୁବନେଶ୍ୱରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୮,୨୯୯ ରେ ପହଂଚିଥିବା ବେଳେ ସୁସ୍ଥକଙ୍କ ସଂଖ୍ୟା ୨୫,୬୧୯ ରହିଛି । ସେହିଭଳି ବର୍ତ୍ତମାନ ୨୬୮୦ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ।  ଏନେଇ ବିଏମସି ପକ୍ଷରୁ ସୂଚନା ଦିଆଯାଇଛି ।