ଉତ୍ତର-ପୂର୍ବ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କ ସହ ପ୍ରଧାନମନ୍ତ୍ରୀ କଲେ ଆଲୋଚନା । କହିଲେ କରୋନର ତୃତୀୟ ଲହର ପୂର୍ବରୁ ଅଧିକ ସତକର୍ତ୍ତା ଜରୁରୀ

82

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତର-ପୂର୍ବ ରାଜ୍ୟ ମାନଙ୍କର ମୁଖ୍ୟମନ୍ତ୍ରୀ ମାନଙ୍କ ସହ ଆଲୋଚନା କରିଛନ୍ତି । ଭିଡିଓ କନଫରେନ୍ସିଂ ମାଧ୍ୟମରେ ହୋଇଥିବା ଏହି ଆଲୋଚନାରେ ପ୍ରଧାନମନ୍ତ୍ରୀ ପର୍ଯ୍ୟଟନ ସ୍ଥଳୀ ମାନଙ୍କରେ ବଢୁଥିବା ଭିଡକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । ଏହାସହ ପୂର୍ବତ୍ତୋର ରାଜ୍ୟରେ କରୋନା ସଂକ୍ରମଣ ନକମିବାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି । ସେ କହିଛନ୍ତି କି ଆମର ସ୍ୱାସ୍ଥ୍ୟକର୍ମୀମାନେ ପୂର୍ବଥର ଠାରୁ ଏଥର ଅଧିକ ପରିଶ୍ରମ କରୁଛନ୍ତି   । ଏହାସହ ଉତ୍ତର-ପୂର୍ବ ରାଜ୍ୟ ସରକାରମାନେ ଟିକା ନଷ୍ଟ କରିବା ଅନ୍ୟ ରାଜ୍ୟମାନଙ୍କ ତୁଳନାରେ ବହୁତ କମ । ଅନ୍ୟପଟେ ପୂର୍ବତ୍ତୋର ରାଜ୍ୟର କିଛି ଜିଲ୍ଲାରେ ପଜିଟିଭ୍ ସଂଖ୍ୟା ବଢୁଥିବାରୁ ଏହାକୁ ନେଇ ସତର୍କ ଓ ସଚେତନ ରହିବାକୁ ସେ ମୁଖ୍ୟମନ୍ତ୍ରୀମାନଙ୍କୁ କହିଛନ୍ତି ।

ସେ ଆହୁରି କହିଛନ୍ତି କି ଆମକୁ କରୋନାର ସବୁ ସ୍ୱରୂପ ଉପରେ ନଜର ରଖିବାକୁ ପଡିବ । ଏ ବହୁରୂପୀ କ କରୋନା ବାରମ୍ବାର ତାର ରୂପ ବଦଳାଇ ଆମକୁ ଚ୍ୟାଲେଞ୍ଜ କରୁଛି ତେଣୁ ତାର ସବୁ ସ୍ୱରୂପ ଉପରେ ନଜର ନରଖିଲେ ଏହା ଆମକୁ କବଳିତ କରିବ ବୋଲି ମୁଖ୍ୟମନ୍ତ୍ରୀ ମାନଙ୍କୁ ଉପଦେଶ ଦେଇଛନ୍ତି ।

ଏହି ବୈଠକରେ ଯୋଗ ଦେଇଥିବା ମୁଖ୍ୟମନ୍ତ୍ରୀ ମାନଙ୍କ ମଧ୍ୟରୁ ଆସାମ ମୁଖ୍ୟମନ୍ତ୍ରୀ କହିଛନ୍ତି କି ସେ କରୋନାର ତୃତୀୟ ଲହରକୁ ନଜରରେ ରଖି ରାଜ୍ୟରେ ୬ ହଜାର ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ପ୍ରସ୍ତୁତ କରି ଭବିଷ୍ୟତରେ କିଭଳି ଲକଡାଉନକୁ ରୋକାଯାଇ ପାରିବ ତାହା ଉପରେ କାର୍ଯ୍ୟ କରୁଛନ୍ତି ।