ଟ୍ରିପଲ ତଲାକକୁ ବ୍ୟାନ କରିବା ପାଇଁ ଆଇନ ଆଣିବେ କେନ୍ଦ୍ରସରକାର : ସଂସଦର ଶୀତ ଅଧିବେସନରେ ବିଲ୍ ଆଗତ କରିବା ସମ୍ଭାବନା

31

କନକ ବ୍ୟୁରୋ : ତିନି ତଲାକ ବ୍ୟବସ୍ଥା ବନ୍ଦ କରିବା ପାଇଁ ଆଇନ ଆଣିବାକୁ ଯାଉଛନ୍ତି ମୋଦି ସରକାର । ସଂସଦର ଶୀତ ଅଧିବେସନରେ ଏ ସଂପର୍କିତ ବିଲ ଆଗତ ହୋଇପାରେ । ଯାହା ଫଳରେ ମୁସଲମାନ ମହିଳାଙ୍କ ଗୌରବ ରକ୍ଷା ହୋଇପାରିବ । ଗତ ଅଗଷ୍ଟ ୨୨ ତାରିଖରେ ଟ୍ରିପଲ ତଲାକକୁ ଅସାମ୍ବିଧାନିକ କହିବା ସହ ଏହା ମୁସଲିମ ମହିଳାଙ୍କ ମୌଳିକ ଅଧିକାରକୁ କ୍ଷୁର୍ଣ୍ଣ କରୁଥିବା କହିଥିଲେ ସୁପ୍ରିମକୋର୍ଟ । ତେଣୁ ଏହାକୁ ସଂପୂର୍ଣ୍ଣ ନିଷିଦ୍ଧ କରିବା ଲାଗି ସରକାର ସଂସଦରେ ଆଇନ ଆଣିବାକୁ କହିଥିଲେ କୋର୍ଟ ।

କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ତିନି ତଲାକକୁ ବ୍ୟାନ କରିବା ଲାଗି ଏକ ଆଇନ ଆଣିବା ପାଇଁ ମନ୍ତ୍ରୀସ୍ତରୀୟ କମିଟି ଗଠନ କରିଛନ୍ତି ମୋଦିସରକାର । କାରଣ ସୁପ୍ରିମକୋର୍ଟଙ୍କ ଶୁଣାଣି ପରେ ମଧ୍ୟ ସୋସିଆଲ ମିଡିଆରେ ତିନିଥର ତଲାକ କହି ବିବାହ ବିଚ୍ଛେଦ କରିବା ଘଟଣା ସାମ୍ନାକୁ ଆସିଛି ।