ଏଣିକି ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ହସ୍ପିଟାଲ ପହଂଚାଇଲେ, ହେବନି ପୁଲିସ୍ ତଦନ୍ତ । ବରଂ ୨ହଜାର ଟଙ୍କାର ପୁରସ୍କାର ରାଶି ସହିତ ମିଳିବ ପ୍ରମାଣ ପତ୍ର

214

ସଡକ ଦୁର୍ଘଟଣା ହେବା ପରେ ଯଦି ଆପଣ କୈାଣସି ଆହତ ବ୍ୟକ୍ତିଙ୍କୁ ହସପିଟାଲ ପର୍ଯ୍ୟନ୍ତ ପହଂଚାଉଛନ୍ତି, ତେବେ ଆପଣଙ୍କୁ ପୁଲିସ୍ ପଚରାଉଚରା କରିବା ପରିବର୍ତ୍ତେ ପ୍ରୋତ୍ସାହନ ରୂପେ ପରିବହନ ବିଭାଗ ଦ୍ୱାରା ସଡକ ସୁରକ୍ଷା କୋଷରୁ ୨ ହଜାର ଟଙ୍କାର ପ୍ରୋତ୍ସାହନ ଧନରାଶି ମିଳିବ । ସଡ଼କ ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କ ପ୍ରତି ଦାୟିତ୍ୱ ଓ ସମ୍ବେଦନଶୀଳତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏହି ବ୍ୟବସ୍ଥା ଆରମ୍ଭ କରାଯାଇଛି । ଦୀନ ଦୟାଲ ସଂଯୁକ୍ତ ହସପିଟାଲରେ ଏହା ଉପରେ ଏକ ଡିସପ୍ଲେ ବୋର୍ଡ ମଧ୍ୟ ଲଗାଇଦିଆଯାଇଛି ।

ଏହା ଦେଖାଯାଏ କି, ସଡକ ଦୁର୍ଘଟଣା ହେଲେ ଆହତଙ୍କ ପାଇଁ ଲୋକ ଆମ୍ବୁଲାନ୍ସକୁ ଫୋନ୍ କରନ୍ତି ନହେଲେ ପୁଲିସ୍ କୁ ଫୋନ୍ କରିଦିଅନ୍ତି । କିମ୍ବା ସେଠି ଛାଡି କି ପଳାଇଯାନ୍ତି । ଏହା ଦ୍ୱାରା ଆହତଙ୍କୁ ତୁରନ୍ତ ଉପଚାର ମିଳିବା କେବେ ସମ୍ଭବ ହୋଇପାରେନି । ଏବେ ଭଲ ମଣିଷ ଯୋଜନା ଅଧିନରେ ଆହତଙ୍କୁ ହସପିଟାଲ ପହଂଚାଇବା ଲୋକଙ୍କୁ ୨ହଜାର ଟଙ୍କାର ପୁରସ୍କାର ରାଶି ଜିଲ୍ଲା ଅଧିକାରୀଙ୍କ ମାଧ୍ୟମରେ ମିଳିବା ସମ୍ଭବ ହେବ । ଦୀନ ଦୟାଲ ହସପିଟାଲରେ ଲଗାଯାଇଥିବା ବୋର୍ଡ ଅନୁସାରେ, ଏ ପ୍ରକାରର ଆହତଙ୍କୁ ହସପିଟାଲ ଆଣୁଥିବା ବ୍ୟକ୍ତିଙ୍କ ନାମ, ଠିକଣା ପଚାରିବାକୁ ବାଧ୍ୟ କରାଯିବ ନାହିଁ ।  ହସପିଟାଲରେ ଉପସ୍ଥିତ ଡାକ୍ତର ଆହତଙ୍କ ତୁରନ୍ତ ଚିକିତ୍ସା ଆରମ୍ଭ କରିଦେବେ । ହସପିଟାଲ ଆଣିଥିବା ବ୍ୟକ୍ତି ଯଦି ପ୍ରମାଣ ପତ୍ର ମାଗିବେ, ତେବେ ତାଙ୍କୁ ଦିଆଯିବ । ଆହତଙ୍କୁ ଭର୍ତ୍ତି କରାଇବା ପାଇଁ କୈାଣସି ପ୍ରକାରର ଟଙ୍କା ପୈଠ ନକରିବାକୁ ବାଧ୍ୟ କରାଯିବନି ।