ଦରଦାମ ବୃଦ୍ଧି, ଜିଏସଟି ଲାଗୁ ନେଇ କେନ୍ଦ୍ରକୁ ଟିଏମସି ମୁଖିଆଙ୍କ ପ୍ରଶ୍ନ। ମଞ୍ଚରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କଲେ ଟାର୍ଗେଟ।

147

କନକ ବ୍ୟୁରୋ: ଦରଦାମ ସହ ମୁଦ୍ରାସ୍ପୀତି ବୃଦ୍ଧି ଓ ଜିଏସଟିକୁ ନେଇ କେନ୍ଦ୍ର ସରକାରଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ମମତା କହିଛନ୍ତି ମନଇଚ୍ଛା ଜିଏସଟି ଲାଗୁ କରି ସରକାର ମଧ୍ୟବିତ୍ତ ଏବଂ ଗରିବ ଶ୍ରେଣୀଙ୍କ ମେରୁଦଣ୍ଡ ଭାଙ୍ଗିବାରେ ଲାଗିଛନ୍ତି ।
ସରକାର ମୃତ୍ୟୁଉପରେ କେତେ ପ୍ରତିଶତ ଜିଏସଟି ଲଗାଇବେ ବୋଲି ପ୍ରଶ୍ନ କରିଛନ୍ତି ମମତା । ମୋଦି ସରକାର ଦେଶବାସୀଙ୍କୁ ଲୁଟ୍ କରୁଛନ୍ତି ଓ ସମୟ ଆସିଲେ ଏହାର ଜବାବ ଜନତା ଦେବେ ବୋଲି ମମତା କୋଲକାତାରେ ଆୟୋଜିତ ଏକ ରାଲିରେ କହିଛନ୍ତି ।