source - navabharattimes
ବଲିଉଡ କଳାକାରମାନେ ସୋସିଆଲ ମିଡିଆରେ ଆକ୍ଟିଭ ରହିବାକୁ ଖୁବ୍ ପସନ୍ଦ କରୁଛନ୍ତି । ଆଉ ଏହାକୁ ନେଇ ବେଳେବେଳେ ସେମାନଙ୍କୁ ଅଜବ ଧରଣର ମେସେଜ ଆସିଥାଏ । ଏବେ ଅଭିନେତ୍ରୀ ଟିସ୍କା ଚୋପ୍ରା ଏମିତି ଏକ ମେସେଜ ପାଇଛନ୍ତି ।/kanak/media/post_attachments/wp-content/uploads/2016/10/2-7-300x117.png)
ଜଣେ ଅଜଣା ବ୍ୟକ୍ତି ତାଙ୍କୁ ବିବାହ ପ୍ରସ୍ତାବ ଦେଇଛନ୍ତି । ଟ୍ୱିଟର ପେଜରେ ଏହି ଅଜଣା ବ୍ୟକ୍ତି ଜଣକ ବିବାହ ପ୍ରସ୍ତାବ ଦେଇ ଲେଖିଛନ୍ତି “ ଆପଣ ମତେ ବିବାହ କରିବେକି ?” । କିନ୍ତୁ ପୂର୍ବରୁ ବିବାହିତ ଥିବା ଅଭିନେତ୍ରୀ ଟିସ୍କା ,ଏହି କଥାକୁ ଗମ୍ଭୀରତା ସହ ନେଇନାହାଁନ୍ତି । ମଜାମଜାକରେ ଏହାର ଜବାବ ଦେଇଛନ୍ତି ଟିସ୍କା ।
"ତାରେ ଜମିନ ପର', "କ୍ୱିସା' ଓ "ରହସ୍ୟ' ଭଳି ଫିଲ୍ମରେ ନିଜର ଅଭିନୟର ଯାଦୁ ଦେଖେଇ ଦର୍ଶକଙ୍କର ଖୁବ୍ ନିକଟତର ହୋଇପାରିଛନ୍ତି ଟିସ୍କା । ଆଉ ବିବାହ କରିବା ଭଳି ଏଭଳି ମଜାଳିଆ ପ୍ରସ୍ତାବ ଟିସ୍କାଙ୍କୁ ଖୁସିର ଖୋରକ୍ ଯୋଗାଇଛି ବୋଲି ସେ କହିଛନ୍ତି ।
Follow Us