୭୦ ବର୍ଷିୟ ଇମ୍ରାନ ଖାନଙ୍କୁ ବିବାହ କରିବାକୁ ଇଚ୍ଛା ପ୍ରକାଶ କଲେ ଜିୟା ଖାନ । କହିଲେ, ଚତୁର୍ଥ ସ୍ତ୍ରୀ ହେବାକୁ ଅଛି ପ୍ରସ୍ତୁତ

685

କନକ ବ୍ୟୁରୋ :  ବିବାଦ ମଧ୍ୟରେ ଛନ୍ଦି ହୋଇରହିଥିବା ପାକ୍ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ପୁଣିଥରେ ଚର୍ଚାର କେନ୍ଦ୍ରବିନ୍ଦୁକୁ ଆସିଛନ୍ତି । ୭୦ ବର୍ଷୀୟ ଇମ୍ରାନଙ୍କ ବିବାହ କରିବା ପାଇଁ ଇଚ୍ଛାପ୍ରକାଶ କରିଲେ ବ୍ରିଟେନ୍ ଟିକଟକର ଜିୟା ଖାନ । ଇମ୍ରାନଙ୍କ ଚତୁର୍ଥ ପତ୍ନୀ ହେବା ପାଇଁ ସେ ରାଜି ଥିବା ନେଇ ପ୍ରକାଶ କରିଛନ୍ତି । ତେବେ ଏହି ସମୟର ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି । ସେହିପରି ଇମ୍ରାନଙ୍କ ବୟସ ଏଥିରେ କୌଣସି ପ୍ରତିବନ୍ଧକ ନୁହେଁ ବୋଲି ମଧ୍ୟ ସେ କହିଛନ୍ତି । ଜିଆ କହିଛନ୍ତି ଇମ୍ରାନଙ୍କୁ ଏବେ ପୁଣିଥରେ ଗ୍ଲାମରର ଆବଶ୍ୟକତା ରହିଛି । ଏହି ଟିକଟକର ବ୍ରିଟେନରେ ଆୟୋଜିତ ମିସ କଂଟିନେଂଟାଲ ୟୁକେ ୨୦୨୩ ର ଫାଇନାଲରେ ମଧ୍ୟ ପଂହଚିଯାଇଛନ୍ତି । ଆଉ ଜିତିବା ପାଇଁ ତାଙ୍କୁ ଭୋଟର ଆବଶ୍ୟକତା ରହିଛି । ପାକିସ୍ଥାନ ବାସୀଙ୍କୁ ମଧ୍ୟ ତାଙ୍କୁ ଭୋଟ ଦେବା ପାଇଁ ସେ ଅପିଲ ଏହି ଅବସରରେ କରିଛନ୍ତି ।