ଆନ୍ଧ୍ର-ଓଡ଼ିଶା ସୀମାରେ ବୁଲୁଛି ମହାବଳ ବାଘ । ସାମ୍ନାକୁ ଆସିଲା ରାସ୍ତା ଉପରେ ବାଘ ବୁଲୁଥିବାର ଭିଡିଓ, ରାୟଗଡ଼ା ଗୁଣୁପୁର ଅଞ୍ଚଳରେ ଆତଙ୍କ ।

ଆନ୍ଧ୍ର-ଓଡ଼ିଶା ସୀମାରେ ବୁଲୁଛି ମହାବଳ ବାଘ । ସାମ୍ନାକୁ ଆସିଲା ରାସ୍ତା ଉପରେ ବାଘ ବୁଲୁଥିବାର ଭିଡିଓ, ରାୟଗଡ଼ା ଗୁଣୁପୁର ଅଞ୍ଚଳରେ ଆତଙ୍କ ।

କନକ ବ୍ୟୁରୋ : ଆନ୍ଧ୍ର- ଓଡ଼ିଶା ସୀମାରେ ମହାବଳ ବାଘ ବୁଲୁଥିବାର ଭିଡିଓ ଭାଇରାଲ ହେଉଛି । ଗୁଣପୁର ବ୍ଳକର ଅଳ୍ପ ଦୂରରେ ବାଘ ବୁଲୁଥିବା କୁହାଯାଉଛି । ଆନ୍ଧ୍ରର ଶ୍ରୀକାଲୁଲମ୍ ଜିଲ୍ଲା ଭାମିନି ମଣ୍ଡଳରେ ଏହି ମହାବଳ ବାଘ ଚଳପ୍ରଚଳ କରୁଥିବା ମଧ୍ୟ କୁହାଯାଉଛି । ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ, ଗୋଟିଏ ବୟସ୍କ ମହାବଳ ବାଘ ହଠାତ୍ ରାସ୍ତା ଉପରକୁ ଚାଲି ଆସିବା ସହ କିଛଇ ଦୂର ଅତିକ୍ରମ କରି ଗୋଟିଏ ପୋଲ ତଳକୁ ଖସିଯାଉଛି ।

ଏହି ଭିଡିଓ ଭାଇରାଲ ହେବା ପରେ ସ୍ଥାନୀୟ ଅଂଚଳରେ ଆତଙ୍କ ସୃଷ୍ଟି ହୋଇଛି । ବାଘ ବୁଲିବା ଖବର ଜଣାପଡ଼ିବା ପରେ ଶ୍ରୀକାକୁଲମ୍ ବନ ବିଭାଗର କର୍ମଚାରୀ ସେହି ଅଂଚଳରେ ପହଞ୍ଚିଛନ୍ତି । ସମ୍ଭାବ୍ୟ ସ୍ଥାନରେ ସନ୍ଧାନ ମଧ୍ୟ କରିଛନ୍ତି ବନ କର୍ମଚାରୀ । କିଛି କିଛି ସ୍ଥାନରେ ବାଘର ପାଦ ଚିହ୍ନ ବନ ବିଭାଗ କର୍ମଚାରୀ ଦେଖିଛନ୍ତି । ଏହା ପରେ ବନ ବିଭାଗ ପକ୍ଷରୁ ସତର୍କତା ମୂଳକ ପଦକ୍ଷେପ ନିଆଯାଇଛି । ଗ୍ରାମବାସୀଙ୍କୁ ଜଙ୍ଗଲ ମଧ୍ୟକୁ ନଯିବା ପାଇଁ କୁହାଯାଇଛି । ସେହିପରି ଗୃହପାଳିତ ପଶୁଙ୍କୁ ମଧ୍ୟ ଜଙ୍ଗଲ ନଛାଡିବା ପାଇଁ କୁହାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe