ଧରାପଡ଼ିଲା ନରହନ୍ତା ଚିତାବାଘ : ୩ଜଣ ଲୋକଙ୍କୁ ଶିକାର କରିଥିବା ନରହନ୍ତା ବାଘକୁ କାବୁ କଲା ବନ ବିଭାଗ

98

କନକ ବ୍ୟୁରୋ : ଧରାପଡ଼ିଲା ନରହନ୍ତା ଚିତା ବାଘ । ଗୋଟିଏ ପରେ ଗୋଟିଏ କରି ୩ଜଣ ଲୋକଙ୍କୁ ଶିକାର କରିଥିବା ନରହନ୍ତା ବାଘକୁ ଧରିବାରେ ସଫଳ ହୋଇଛି ଛତିଶଗଡ଼ ସିହାୱା ବନ ବିଭାଗ । ଗତ ମାସ ୧୧ ତାରିଖରେ ନବରଙ୍ଗପୁର ରାଇଘର ବ୍ଲକ ତୁରୁଡ଼ିହି ଗାଁର ଅମିତ୍ ମର୍କାମଙ୍କୁ ଆକ୍ରମଣ କରିଥିଲା ଏହି ନରହନ୍ତା ବାଘ । ନରହନ୍ତା ବାଘର ଆକ୍ରମଣରେ ୬ ବର୍ଷର ବାଳକ ଅମିତ ମର୍କମଙ୍କ ମୃତ୍ୟୁ ହୋଇଥିଲା ।

ସିହାୱା ସ୍ଥିତ ଶୃଙ୍ଗିଋଷି ପାହାଡ଼ରେ ଥିବା ଶିତଳା ମାତାଙ୍କ ଦର୍ଶନ ସାରି ପାହାଡ଼ ତଳକୁ ଓହ୍ଲାଇବା ସମୟରେ ବାଘଟି ତାଙ୍କୁ ଆକ୍ରମଣ କରିଥିଲା । ଏହା ପରେ ସ୍ଥାନୀୟ ଅଂଚଳରେ ଉତେଜନା ପ୍ରକାଶ ପାଇଥିଲା । ବନ ବିଭାଗ ୪ଟି ସ୍ଥାନରେ ଯନ୍ତା ବସାଇ ଜଗି ରହିଥିଲେ । ଗତକାଲି ପ୍ରାୟ ରାତି ୩ଟା ସମୟରେ ବାଘଟି କାଳୀ ଗୁମ୍ଫା ନିକଟରେ ବସାଯାଇଥିବା ଯନ୍ତାରେ ଛେଳି ଖାଇବାକୁ ଯାଇ ଫସି ଯାଇଥିଲା । ସେଠାରେ ଛକି ରହିଥିବା ବନ ବିଭାଗ କର୍ମଚାରୀ ମାନେ ବାଘଟିକୁ ଧରିବାରେ ସଫଳ ହୋଇଥିଲେ ।