ମଝି ରାସ୍ତା ଉପରେ ବୁଲୁଛନ୍ତି କଲରାପତରିଆ ବାଘ । ଲୋକେ ଆତଙ୍କିତ

ରାସ୍ତା ଉପରେ ବାଘ। ଲୋକେ ଆତଙ୍କିତ

122

କନକ ବ୍ୟୁରୋ : ରାସ୍ତା ଉପରେ ବାଘ। ଲୋକେ ଆତଙ୍କିତ। ଏଭଳି ଛାତି ଥରାଇ ଦେଲା ଭଳି ଦୃଶ୍ୟ ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲା ସଇଁତଳା ବ୍ଲକ ବଡ଼ମାଳ ଗୋଳାବାରୁଦ କାରଖାନା ପରିସରରେ। କଲରାପତରିଆ ବାଘ କାରଖାନା ଅଞ୍ଚଳରେ ଥିବା ବର୍ଣ୍ଣି ସଂରକ୍ଷିତ ଜଙ୍ଗଲରୁ ବାହାରି ମଣିଷ ଚଲାପଥ ଅତିକ୍ରମ କରୁଥିବା ଦୃଶ୍ୟ ଦେଖି ଲୋକଙ୍କ ମଧ୍ୟରେ ଛନକା ପଶିଛି। କାରଖାନା ପରିସରର ଏହି ଦୃଶ୍ୟ ଭାଇରାଲ ହେବା ପରେ କର୍ମଚାରୀମାନେ ଆତଙ୍କିତ ଅବସ୍ଥାରେ ରହିଛନ୍ତି।

 

ପ୍ରକାଶ ଯେ, ଗୁରୁବାର ରାତି ୨ଟା ସମୟରେ କାରଖାନା ପରିସରରେ ରହୁଥିବା କେତେକ କର୍ମଚାରୀ କାମ ସାରି ଫେରୁଥିଲେ। ସେମାନେ ଚାରି ଚକିଆ ଯାନ ଥିଲେ। ଏହି ସମୟରେ କାରଖାନା ରାସ୍ତାରେ ୨ଟି କଲରାପତରିଆ ବାଘ ଦେଖାଯାଇଥିଲେ। ସେମାନେ ବାଘ ଦୁଇଟିର ଗତିବିଧି ତଥା ରାସ୍ତା ଅତିକ୍ରମ କରିବାର ଦୃଶ୍ୟ ମୋବାଇଲରେ ସୁଟି˚ କରିଥିଲେ। ପରେ ଏହି ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।

ଏ ବିଷୟରେ ଟିଟିଲାଗଡ଼ ବନଖଣ୍ତ ଅଧିକାରୀ ଜିତେନ୍ଦ୍ରୀୟ ନନ୍ଦଙ୍କୁ ପଚାରିବାରୁ କଲରାପତରିଆ ବାଘ ରାସ୍ତାରେ ବୁଲୁଥିବା ଦୃଶ୍ୟ ଭାଇରାଲ ହୋଇଛି ଏବ˚ ବନ ବିଭାଗ ଏ ବିଷୟରେ ସଚେତନ ଅଛନ୍ତି ବୋଲି କହିଛନ୍ତି। ଘଟଣାର ସତ୍ୟତା ଜାଣିବାକୁ ଚେଷ୍ଟା ଚାଲିଛି ଏବ˚ ରାତି ସମୟରେ ବାଘ ନିଜ ଖାଦ୍ୟ ଅନ୍ବେଷଣରେ ବାହାରକୁ ବାହାରିବା ଏକ ସାଧାରଣ ଘଟଣା ବୋଲି ସେ କହିଛନ୍ତି। କାରଖାନା ଫିଲଟରେସନ ପ୍ଲାଣ୍ଟ ପଛପଟେ ରେଲୱେ ୟାର୍ଡ ଏବ˚ ରାଣୀ ସିଲେଟ ଅ˚ଚଳରେ ଡିସେମ୍ବର ମାସରେ କର୍ମଚାରୀମାନେ ଭୋଜିଭାତ କରିଥା’ନ୍ତି। କିନ୍ତୁ ଏହି ବାଘ ବୁଲିବା ଘଟଣା ପ୍ରଚାର ହେବା ସହ ଏହି ଦୃଶ୍ୟ ଭାଇରାଲ ହେବା ପରେ କର୍ମଚାରୀ ଆତଙ୍କିତ ହୋଇପଡ଼ିଛନ୍ତି।