ବାରବାଟୀ ମ୍ୟାଚ ପାଇଁ ଜାରି ହେଲା ଟିକେଟ ଦର: ଜାଣନ୍ତୁ, କେଉଁ ଟିକେଟ ଦର କେତେ ଟଙ୍କା?

371

କନକ ବ୍ୟୁରୋ: ଆସନ୍ତା ଜୁନ ୧୨ ତାରିଖରେ କଟକ ବାରବାଟୀ ଷ୍ଟାଡିୟମରେ ହେବ ଟି-୨୦ ମ୍ୟାଚ । ଭାରତ- ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବାକୁ ଥିବା ଏହି ମ୍ୟାଚ ପାଇଁ ଉତ୍କଣ୍ଠାର ସହ ଚାହିଁ ରହିଛନ୍ତି । ତେବେ ଏହାରି ମଧ୍ୟରେ ଆଜି ବାରବାଟୀ ମ୍ୟାଚ ପାଇଁ ଟିକେଟ ଦର ଜାରି ହୋଇଛି । ଟି-୨୦ ମ୍ୟାଚ ପାଇଁ ଜୁନ ୧ରୁ ଅନଲାଇନ ଟିକେଟ ବୁକିଂ ଅରମ୍ଭ ହେବ । ୯ ଓ ୧୦ ତାରିଖରୁ ଅଫଲାଇନରେ ମିଳିବ ଟିକେଟ ।

ତେବେ ଆସନ୍ତୁ ଜାଣିବା କଣ ରହିଛି ଟିକେଟ ଦର?
ବାରବାଟୀ ଟି-୨୦ ପାଇଁ ଟିକେଟ ଦର
ଗ୍ୟାଲେରୀ ନଂ – ୧, ୩, ୫ – ୯୦୦ ଟଙ୍କା (୧୮%ଜିଏସଟି)
ଗ୍ୟାଲେରୀ ନଂ – ୨, ୪ – ୭୦୦ ଟଙ୍କା (୧୮%ଜିଏସଟି)
ଗ୍ୟାଲେରୀ ନଂ – ୭ – ୬୦୦ ଟଙ୍କା (୧୮%ଜିଏସଟି)
ଗ୍ୟାଲେରୀ ନଂ – ୬ – (ପ୍ଲେୟାର କନସେସନ) ୩୦୦ ଟଙ୍କା
ସ୍ପେଶାଲ ଏନକ୍ଲୋଜର – ୫୦୦୦ ଟଙ୍କା (୧୮%ଜିଏସଟି)
ଏସି ବକ୍ସ – ୭୦୦୦ ଟଙ୍କା (୧୮%ଜିଏସଟି)
ନ୍୍ୟୁ ପାଭିଲିୟନ – ୮୦୦୦ ଟଙ୍କା (୧୮%ଜିଏସଟି)
କର୍ପୋରେଟ ବକ୍ସ – ୧୨୦୦୦ଟଙ୍କା (୧୮%ଜିଏସଟି)