ରାଜ୍ୟରେ ବଜ୍ରପାତ ନେଇ ସତର୍କ ସୂଚନା ! ୧୪ଟି ଜିଲ୍ଳାରେ ଆଲର୍ଟ

31

କନକ ବ୍ୟୁରୋ : ରାଜ୍ୟରେ ବଜ୍ରପାତ ନେଇ ପାଣିପାଗ ବିଭାଗର ସତର୍କ ସୂଚନା । ୧୪ଟି ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି । ମୟୂରଭଂଜ, ବାଲେଶ୍ୱର, ଭଦ୍ରକ, କେନ୍ଦୁଝର, ଦେବଗଡ, ନୟାଗଡ, ପୁରୀ, ଖୋର୍ଦ୍ଧା, ଅନୁଗୁଳ, କଟକ, ବୌଦ୍ଧ, ସୁନ୍ଦରଗଡ, କୋରାପୁଟ ଓ ମାଲକାନଗିରି ଜିଲ୍ଲା ପାଇଁ ଏହି ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ । ବଜ୍ରପାତ ସମୟରେ ନିକଟସ୍ଥ କୋଠା କିମ୍ବା ନିରାପଦ ସ୍ଥାନରେ ଆଶ୍ରୟ ନେବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି । ଚଳିତ ସପ୍ତାହରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ବଜ୍ରପାତରେ ୪୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି ।

ଗତ କିଛି ଦିନ ପୂର୍ବରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତରେ ୧୮ ଜଣଙ୍କର ମୃତ୍ୟୁ ହୋଇଥିଲା । ବଜ୍ରାଘାତରେ ଅନେକ ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ମଧ୍ୟ ହେଉଥିଲେ । କେବଳ ଉତ୍ତର ଓଡ଼ିଶାର ୩ଟି ଜିଲ୍ଲାରେ ୧୧ଜଣଙ୍କର ମୃତ୍ୟୁ ହୋଇଥିଲା । ବାଲେଶ୍ୱର, ଭଦ୍ରକ ଓ ମୟୁରଭଂଜରେ ୧୧ଜଣଙ୍କର ଜୀବନ ଯାଇଥିବାବେଳେ ୭ଜଣ ଆହତ ହୋଇଥିଲେ । ବଜ୍ରପାତରେ ଭଦ୍ରକ ଜିଲ୍ଳାରେ ସର୍ବାଧିକ ୫ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ବାଲେଶ୍ୱରରେ ୪ ଓ ମୟୁରଭଂଜରେ ୨ଜଣ ପ୍ରାଣ ହରାଇଥିଲେ । ବଜ୍ରାଘାତରେ ବାଲେଶ୍ୱର ଓ ଭଦ୍ରକର ୭ଜଣ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ମଧ୍ୟ ହୋଇଥିଲେ ।