ଭାଲୁ ଆକ୍ରମଣରେ ୩ ଯୁବକ ମୃତ । ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ବନବିଭାଗ

291

କନକ ବ୍ୟୁରୋ : ନୂଆପଡାରେ ଭାଲୁ ଆକ୍ରମଣରେ ତିନି ଜଣ ଯୁବକ ମୃତ । ନୂଆପଡା ରେଞ୍ଜ ଡୁଆଖେନ ଜଙ୍ଗଲରେ ଘଟିଛି ଏହି ଦୁଃଖଦ ଘଟଣା । ସୂଚନା ଅନୁସାରେ ଗତକାଲି ସକାଳେ ସମରସିିଂ ଗାଁର ଦୁଇ ଜଣ ଯୁବକ ନୂଆପଡା ରେଞ୍ଜ ଡୁଆଡେନ ଜଙ୍ଗଲକୁ କାଠ ସଂଗ୍ରହ କରିବାକୁ ଯାଇଥିଲେ । ହେଲେ ସନ୍ଧ୍ୟା ସୁଦ୍ଧା ନଫେରିବାରୁ ତାଙ୍କୁ ଖୋଜିବାକୁ ଯାଇଥିଲେ ତିନି ଜଣ ଯୁବକ ।
ଏହି ସମୟରେ ଜଙ୍ଗଲି ଭାଲୁ ଆକ୍ରମଣରେ ତିିନି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି । ମୃତକମାନେ ହେଲେ ସମରସିଂ ଗାଁର ରତନ ମାଝି, ନକୁଲ ମାଝି ଏବଂ ରବି ରଣା । ସେପଟେ ଜଙ୍ଗଲ ମଝିରୁ ଭାଲୁର ମୃତଦେହ ମଧ୍ୟ ଜବତ ହୋଇଛି । ଖବର ପାଇ ବନବିଭାଗ ଓ ଅଗ୍ନିସମ କର୍ମଚାରୀ ଘଟଣାସ୍ଥଳରେ ପହଂଚି ମୃତଦେହ ଓ ମୃତ ଭାଲକୁ ଜବତ କରି ତଦନ୍ତ କରୁଛନ୍ତି ।