ମହିଳାଙ୍କୁ ନିର୍ଯାତନାର ତିନି କାହାଣୀ : ଏସପିଙ୍କ ଆଗରେ ଫେରାଦ ହେଲେ ଡ଼ାକ୍ତର, ସେନା କର୍ମଚାରୀ ଓ ଇଂଜିନିୟରଙ୍କ ସ୍ତ୍ରୀ

କାହାକୁ ପରିବାର ସାମ୍ନାରେ ଉଠ୍ ବସ କରାଉଛନ୍ତି ସ୍ୱାମୀ, ଶାଶୁ ଓ ଶ୍ୱଶୁର; ଆଉ କାହାକୁ ଝିଅ ଜନ୍ମ ପାଇଁ ଦେଉଛନ୍ତି ନିର୍ଯାତନା

1,556

କନକ ବ୍ୟୁରୋ : ଏବେ ଆମ ସମାଜରେ ଘରୋଇ ହିଂସା ଏକ ଚିରାଚରିତ ଘଟଣା ପାଲଟି ଯାଇଛି । ମାମଲା ଥାନାକୁ ଆସିଲେ ଜଣାପଡୁଛି । ନହେଲେ ବର୍ଷ ବର୍ଷ ଧରି ପାରିବାରକ ହିଂସାର ଶିକାର ହେଉଛନ୍ତି ମହିଳା । ହେଲେ ବ୍ରହ୍ମପୁର ଏସପିଙ୍କ କାର୍ଯ୍ୟାଳୟରେ ପହଂଚିଥିବା ଏହି ୩ ମହିଳା । ଏମାନେ ଡାକ୍ତର, ସେନା କର୍ମଚାରୀ ଓ ଇଂଜିନିୟରଙ୍କ ପତ୍ନୀ । ଆମ ସମାଜରେ ଏଭଳି ଚାକିରିଆଙ୍କ ପ୍ରତି ସମସ୍ତଙ୍କ ମନରେ ବେଶ ସମ୍ମାନ ରହିଛି । ହେଲେ ଘର ମହିଳାଙ୍କୁ ଏମାନେ ଶାରିରୀକ ଓ ମାନସିକ ନିର୍ଯାତନା ଦେବା ଭଳି ସାଂଘାତିକ ଅଭିଯୋଗ ଆସିଛି ।

– ଏମକେସିଜି ମେଡିକାଲ କଲେଜ ଭେଷଜ ବିଭାଗର ଡାକ୍ତର ଥିବା ଶାନ୍ତିଭୂଷଣ ପାଠୀ, ତାଙ୍କ ପତ୍ନୀ ନିବେଦିତା ସାହୁଙ୍କୁ ଅକଥନୀୟ ନିର୍ଯାତନା ଦେଉଥିବା ସେ ଅଭିଯୋଗ କରିଛନ୍ତି । ଏପରିକି ପୁରା ପରିବାର ସାମ୍ନାରେ ତାଙ୍କୁ ବସ-ଉଠ କରାନ୍ତି ସ୍ୱାମୀ ।

– ଅନ୍ୟ ଜଣେ ପୀଡିତା ୱାଇ ଅନୂସୟା କହିଛନ୍ତି, ଗୋଳାବନ୍ଧରେ ସେନା କ୍ଲର୍କ ଭାବେ କାମ କରୁଥିବା ତାଙ୍କ ସ୍ୱାମୀ ବିବାହ ଦିନରୁ ଯୌତୁକ ନିର୍ଯାତନା ଦେଇ ଆସୁଛନ୍ତି ।

– ସେହିଭଳି ଅନ୍ୟ ଜଣ ମହିଳା ହେଉଛନ୍ତି ଜଣେ ଇଂଜିନିୟରଙ୍କ ପତ୍ନୀ । ପୀଡିତା ପ୍ରୀୟତମା ମହାନ୍ତି କହିଛନ୍ତି, ତାଙ୍କ ଗର୍ଭରେ କନ୍ୟା ସନ୍ତାନ ଥିବା ଜାଣିବା ଦିନରୁ ପର କରି ଦେଇଛନ୍ତି ସ୍ୱାମୀ । ଏପରିକି ଶାରୀର ଓ ମାନସିକ ନିର୍ଯାତନା ଦେବାର କୌଣସି ମଉକା ହାତଛଡା କରି ନାହାନ୍ତି ।