ରାଜଧାନୀରେ ମାତିଛନ୍ତି ବନ୍ଧୁକ ମାଫିଆ । ଭୁବନେଶ୍ୱରର ଜନଗହଳିପୂର୍ଣ୍ଣ ଅଚଂଳରେ ଡିଲ ବେେଳେ ଧରାପଡିଲେ ମହିଳାଙ୍କ ସହ ୩ ଜଣ, ଖସିଗଲା ବ୍ୟବସାୟୀ

133

କନକ ବ୍ୟୁରୋ : ଚୋରା ବନ୍ଧୁକ ବିକ୍ରି ବେଳେ ଧରାପଡିଲେ ୩ ଅଭିଯୁକ୍ତ , ଏସଟିଏଫ୍ ହାତରୁ ଅଳ୍ପକେ ଖସିଗଲା ବନ୍ଧୁକ ବ୍ୟବସାୟୀ । ଘଟଣାରେ ଜଣେ ମହିଳା ଓ ୨ ଜଣ ପୁରୁଷଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କ ଠାରୁ ସ୍କର୍ପିଓ ଗାଡି ସହିତ ନାଇନ୍ ଏମ୍ ଏମ୍ ପିସ୍ତ. ୪ଟି ଗୁଳି ଜବତ ହୋଇଛି । ବନ୍ଧୁକ ୪୫ ହଜାର ଟଙ୍କାରେ ଡିଲ୍ ହୋଇଥିଲା । ବିକ୍ରି କରିବାକୁ ଆସିବା ସମୟରେ କମିଶନରେଟ୍ ପୋଲିସର ସ୍ପେଶାଲ ଟାସ୍କ ଫୋର୍ସ ଟିମ୍ ଓ ବଡଗଡ ପୋଲିସ ମିଳିତ ଚଢାଉ କରି ଏମାନଙ୍କୁ ଧରିବାରେ ସଫଳ ହୋଇଛନ୍ତି ।

ଏହି ଘଟଣା ରାଜଧାନୀରେ କରୋନା କାଳରେ ବେଆଇନ୍ ବନ୍ଧୁକ କାରବାରର କଥା ପୁଣି ଥରେ ସାମ୍ନାକୁ ଆଣିଛି । ଏହି ବନ୍ଧୁକ ବେପାର ପଛରେ କେଉଁ ରାକେଟ୍ କାମ କରୁଥିଲା, କେଉଁ ସ୍ଥାନରୁ ଏମାନେ ବନ୍ଧୁକ ଆଣି ବିକ୍ରି କରୁଥିଲେ ସେ ନେଇ ଖୋଳତାଡ ଚଳାଇଛି ପୋଲିସ । ଗିରଫ ୩ ଜଣଙ୍କ ମଧ୍ୟରୁ ମହିଳାଙ୍କ ଘର ନିମାପଡା ଏବଂ ୨ ପୁରୁଷ କେନ୍ଦ୍ରାପଡାରୁ ବୋଲି ଜଣାପଡିଛି ।