ପୁଲିସ-ମାଓବାଦୀ ଗୁଳିବିନିମୟ : ୩ ମାଓବାଦୀ ମୃତ, ବିପୁଳ ମାରଣାସ୍ତ୍ର ଜବତ

ଡିଜିପି କହିଲେ, ଡିଭିଏଫ ଓ ଏସଓଜିଙ୍କ କ୍ୟାମ୍ପ ଉପରକୁ ହଠାତ ଗୁଳିମାଡ଼ କରିଥିଲେ ମାଓବାଦୀ

80

କନକ ବ୍ୟୁରୋ : ମାଲକାନଗିରି ତୁଲସି ଜଙ୍ଗଲରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ । ଡ଼ିଭିଏଫ ଓ ଏସଓଜି କ୍ୟାମ୍ପ ଉପରକୁ ମାଓବାଦୀ ମାନେ ଗୁଳିମାଡ଼ କରିଥିବା ଜଣାପଡ଼ିଛି । ଏହାର ଜବାବରେ କାଉଣ୍ଟର ଫାୟାର କରିଥିଲା ଓଡ଼ିଶା ପୋଲିସ । ପୋଲିସ ଗୁଳିରେ ୩ ମାଓବାଦୀ ନିପାତ ହୋଇଛନ୍ତି ।

ମୃତକଙ୍କ ମଧ୍ୟରେ ୨ ମହିଳା ଓ ଜଣେ ପୁରୁଷ ମାଓବାଦୀ ଥିବା ଜଣାପଡ଼ିଛି । କୌଣସି ପୋଲିସ ଅଧିକାରୀଙ୍କ କିଛି କ୍ଷୟକ୍ଷତି ହୋଇନଥିବା ଜଣାପଡ଼ିଛି । ୨ଟି ବନ୍ଧୁକ, ଗୋଟିଏ ଏସଏଲଆର ଓ ଇନସାସ ଜବତ ହୋଇଛି । ଏବେ ବି କମ୍ବିଂ ଅପରେସନ ଚାଲିଥିବା ସୂଚନା ଦେଇଛନ୍ତି ପୋଲିସ ଡ଼ିଜି । ଗୁଇନ୍ଦା ସୁଚନା ଅନୁସାରେ ୨ଟି ଟିମ୍ ଉପରେ ମାଓବାଦୀ ମାନେ ଗୁଳିବର୍ଷା କରିଥିଲେ । ମାଲକାନଗିରି ତୁଲସୀ ରିଜର୍ଭ ଫରେଷ୍ଟରେ ଗୁଳିବିନିମୟ ହୋଇଛି । କୌଣସି ପୁଲିସ ଅଧିକାରୀଙ୍କ କିଛି କ୍ଷତି ହୋଇନାହିଁ । ଏବେ ବି କମ୍ବିଂ ଅପରେସନ ଜାରି ରହିଛି । ମାଓବାଦୀଙ୍କ ଠାରୁ ୨ଟି ବନ୍ଧୁକ, ଗୋଟିଏ ଏସଏଲଆର ଓ ଇନସାସ ଜବତ କରାଯାଇଛି ।