ମାଲବାହୀ ଟ୍ରେନ ଧକ୍କାରେ ୩ହାତୀଙ୍କ ମୃତ୍ୟୁ : ସୂଚନା ଦେଲେ କେନ୍ଦୁଝର ଡିଏଫଓ

104

କନକ ବ୍ୟୁରୋ : ମାଲବାହୀ ଟ୍ରେନ ଧକ୍କାରେ ୩ହାତୀଙ୍କ ମୃତ୍ୟୁ । ମା ଓ ଛୁଆଙ୍କ ସମେତ ୩ହାତୀଙ୍କ ମୃତ୍ୟୁ ହୋଇଛି । ଏ ନେଇ କେନ୍ଦୁଝର ଡିଏଫଓ ସୂଚନା ଦେଇଛନ୍ତି । ଚିକିତ୍ସିତ ଅବସ୍ଥାରେ ଆଜି ସକାଳେ ସେମାନଙ୍କର ମୃତ୍ୟୁ ହୋଇଛି । ଗତକାଲି ରେଳଲାଇନ ପାର ବେଳେ ଟ୍ରେନ୍ ଧକ୍କା ଦେଇଥିଲା । ଏମାନେ ଗତକାଲି ଗୁରୁତର ଆହତ ହୋଇଥିଲେ । ସେଥିମଧ୍ୟରୁ ଗୋଟିଏ ହାତୀର ଗତକାଲି ମୃତ୍ୟୁ ଘଟିଥିଲା । ଆଜି ଭୋରରୁ ଆଖି ବୁଜିଛନ୍ତି ଆଉ ଦୁଇ ହାତୀ ।

ବନ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଗତକାଲି ରାତି ପ୍ରାୟ ସାଢ଼େ ୭ଟା ବେଳେ ଏକ ୨୨ଟିକିଆ ହାତୀପଲ ବାଂଶପାଣିଠାରେ ରେଳଲାଇନ୍ ପାର ହେଉଥିବା ବେଳେ ଏହି ସମୟରେ ଏକ ମାଲବାହୀ ଟ୍ରେନ୍ ଧକ୍କା ଦେଇଥିଲା । ଟ୍ରେନ୍ ଧକ୍କାରେ ଦୁଇଟି ଛୁଆ ହାତୀ ଏବଂ ଗୋଟିଏ ମାଈ ହାତୀ ଛିଟିକି ପଡ଼ିଥିଲେ । ସେମାନଙ୍କ ମଧ୍ୟରୁ ଗୋଟିଏ ହାତୀ ମରିଯାଇଥିବା ସନ୍ଦେହ କରାଯାଉଥିଲା। ବାକି ୧୯ଟି ହାତୀ ସେଠାରେ ଘେରି ରହିଥିବା ବେଳେ ପ୍ରବଳ ଗର୍ଜନତର୍ଜନ କରୁଥିଲେ ।