ଟୋକିଓ ଅଲମ୍ପିକ୍ସରେ କରୋନା କାୟା , ପୁଣି ଆସିଲା ୧୬ ଜଣ ସଂକ୍ରମିତ ହୋଇଥିବା ଖବର

ଟୋକିଓ ଅଲମ୍ପିକ୍ସରେ ପୁଣି ୧୬ ଜଣ କୋଭିଡ ପଜିଟିଭ୍ ଚିହ୍ନଟ

97

କନକ ବ୍ୟୁରୋ : ଗୋଟେପଟେ କରୋନା କାରଣରୁ ବିଶ୍ୱର ବିଭିନ୍ନ ଗତିବିଧି ବନ୍ଦ ହୋଇଯାଇଥିବା ବେଳେ ୨୦୨୧ ଟୋକିଓ ଅଲିମ୍ପିକ୍ସରେ ବି କରୋନା କାୟା ବିସ୍ତାର କରୁଥିବା ସୂଚନା ମିଳିଛି । ସୋମବାର ଦିନ ପୁଣି ୧୬ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା କୁହାଯାଇଛି । ପୂର୍ବରୁ କିଛି କୋଚଙ୍କୁ କରୋନା ପଜିଟିଭ ଥିବା କୁହାଯାଇଥିଲା ।

ପୁଣି ଆଜି ର ୧୬ ଜଣ ଖେଳାଳି ଓ ଖେଳ ସହିତ ସଂପୃକ୍ତ ବ୍ୟକ୍ତି କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ଏଭଳି ଖବର ଆସିବା ପରେ ଆୟୋଜକଙ୍କ ଚିନ୍ତା ବଢିଛି । କୁହାଯାଇଛି କି, ନେଦରଲ୍ୟାଣ୍ଡର ଟେନିସ୍ ଖେଳାଳି ଜିନ୍ ଜୁଲିୟନଙ୍କୁ କୋଭିଡ ପଜିଟିଭ ଥିବା ଜଣାପଡିବା ପରେ ସେ ଖେଳରୁ ଓହରିଯାଇଛନ୍ତି । ପୂର୍ବରୁ ନେଦରଲ୍ୟାଣ୍ଡର ଅନ୍ୟ ୫ଜଣ ଖେଳାଳିଙ୍କୁ ପଜିଟିଭ ଥିବାବେଳେ ଏହି ସଂଖ୍ୟା ଏବେ ୬ରେ ପହଂଚିଛି    ।

ତେବେ ଖେଳାଳି ନୁହଁନ୍ତି ଅଲିମ୍ପିକ୍ସରେ ସମ୍ପୃକ୍ତ ଆୟୋଜକ ଏବଂ କର୍ମଚାରୀଙ୍କ ମିଶାଇ ଏଯାଏଁ ୧୪୮ ଟି ପଜିଟିଭ କେସ୍ ଆସିଥିବା ସୂଚନା ଦିଆଯାଇଛି । ଏମାନଙ୍କୁ ୧୪ ଦିନର ସଙ୍ଗରୋଧରେ ରଖାଯିବାକୁ ଥିବା ବେଳେ ସେମାନଙ୍କୁ ଖେଳରୁ ବାଦ ଦିଆଯାଇଛି । ଚେକ୍ ରିପବ୍ଲିକ୍, ଆମେରିକା, ଚିଲି, ଦକ୍ଷିଣ ଆଫ୍ରିକା ଓ ନେଦରଲ୍ୟାଣ୍ଡର କିଛି ଖେଳାଳିଙ୍କ ଠାରେ ପଜିଟିଭ କେସ୍ ମିଳିବାରୁ ସେମାନଙ୍କୁ ଅଲିମ୍ପିକ୍ସରୁ ଓହରିଯିବାକୁ ପଡିଛି ।