ଚାନ୍ଦା ନାଁରେ ରାଜଧାନୀରେ ବେଧଡକ ଚାଲିଛି ଦାଦାବଟି : ପୂଜା ପାଇଁ ଅଧିକ ଚାନ୍ଦା ଦେବାକୁ ପ୍ରତିଷ୍ଠିତ ସୁନା ଦୋକାନୀଙ୍କୁ ଧମକ

26

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ପୂଜା ଚାନ୍ଦା ଆଦାୟକୁ ନେଇ ରାଜଧାନୀରେ ଆତଙ୍କ । ବ୍ୟବସାୟୀଙ୍କ ଠାରୁ କିଛି ପୂଜା କମିଟିର ସଦସ୍ୟ ଜୋରଜବଦସ୍ତି ଚାନ୍ଦା ଆଦାୟ କରୁଥିବା ଅଭିଯୋଗ ହୋଇ ଆସୁଥିଲା । ତେବେ କନକ ନ୍ୟୁଜ ପାଖରେ ହସ୍ତଗତ ହୋଇଛି ଚାନ୍ଦା ନାଁରେ ଦାଦାବଟି ଆଦାୟର ଦୃଶ୍ୟ । ଜଣାଶୁଣା ବ୍ୟବସାୟୀ ସୁବାଷ ଜୁଏଲାରୀରେ ପଶି କିଛି ଯୁବକ ଚାନ୍ଦା ନାଁରେ ହଙ୍ଗାମା କରୁଥିବା ସିସିଟିଭିରେ କଏଦ ହୋଇଛି । ସେପଟେ ଏନେଇ ଜୁଏଲାରୀ ମାଲିକ କମିଶନରେଟ ପୋଲିସ୍ ନିକଟରେ ଫେରାଦ ହୋଇଛନ୍ତି ।ସେପଟେ ଖାରବେଳନଗର ଥାନା ଅନ୍ତର୍ଗତ ଶୁଭମ କଂପ୍ଳେକ୍ସର ବ୍ୟବସାୟୀମାନେ ମଧ୍ୟ ଏନେଇ କମିଶନରେଟ ପୋଲିସକୁ ଜଣାଇଛନ୍ତି।