ଆଫଗାନିସ୍ତାନକୁ ତାଲିବାନର କବଜା ପରେ ଫସିଛନ୍ତି ହଜାର ହଜାର ବିଦେଶୀ ନାଗରିକ : ଡ଼େରାଡ଼ୁନର ୩୦୦ ଲୋକ ଏବେ ବି ସ୍ୱଦେଶ ଫେରିବା ଅପେକ୍ଷାରେ 

193

କନକ ବ୍ୟୁରୋ : ଆଫଗାନିସ୍ତାନରେ  ତାଲିବାନର କବଜା ପରେ  ସେଠାରେ ଏବେ ବି ଫସିରହିଛନ୍ତି  ହଜାର ହଜାର ବିଦେଶୀ ନାଗରିକ ।  ଭାରତ, ଆମେରିକା, ଫ୍ରାନ୍ସ, ବ୍ରିଟେନ, ନ୍ୟୁଜିଲାଣ୍ଡ ସମେତ ଅନେକ ଦେଶ  ନିଜ ନିଜର ନାଗରିକଙ୍କୁ ଫେରାଇନେବା ପାଇଁ ଉଦ୍ୟମ ଜାରି ରଖିଛନ୍ତି । ରିପୋର୍ଟ ଅନୁସାରେ …

– ଭାରତର ପ୍ରାୟ ୫୦୦ ଅଧିକାରୀ ଓ ସୁରକ୍ଷାରେ ନିୟୋଜିତ ଲୋକ ଫସି ରହିଛନ୍ତି 

– ପ୍ରାୟ ୩୦୦ ଲୋକ ଡେରାଡୁନର ବୋଲି ଜଣାପଡିଛି

– ଏମାନେ ୟୁରୋପୀୟ ସଂଘ,  ବ୍ରିଟେନ ଓ ଅନ୍ୟ ସ୍ଥାନରେ  ସୁରକ୍ଷା ଦାୟିତ୍ୱରେ ନିୟୋଜିତ ଥିଲେ

– ପୂର୍ବରୁ  ପାଖାପାଖି ୨୦୦ ଭାରତୀୟ ସ୍ୱଦେଶ ଫେରିଲେଣି

– ନିଜ ଲୋକକୁ ସୁରକ୍ଷିତ ବାହାର କରିବାକୁ  ୫୦୦୦ ସୈନିକ ପଠାଇଲା ଆମେରିକା

– ଆଫଗାନିସ୍ତାନର  ମୋଟ ଜନସଂଖ୍ୟା  ୩କୋଟି ୩୦ ଲକ୍ଷ

– ୩୦ ଲକ୍ଷ ଆଫଗାନ ନାଗରିକ ଶରଣାର୍ଥୀ ଭାବେ ରହୁଛନ୍ତି

– ଆମେରିକା, ବ୍ରିଟେନ, ଫ୍ରାନ୍ସ ଓ ନ୍ୟୁଜିଲାଣ୍ଡର ନାଗରିକ ବି ଫସି ରହିଛନ୍ତି