ସୁନ୍ଦରୀ ଦେଖାଯିବା ପାଇଁ କରାଇଥିଲେ ଚିକିତ୍ସା ! ଦୁଇଗୁଣା ଫୁଲିଗଲା ଓଠ ।

305

ମହିଳା ହୁଅନ୍ତୁ ଅବା ପୁରୁଷ ସମସ୍ତେ ସୁନ୍ଦର ଦେଖାଯିବାକୁ ଚାହାଁନ୍ତି । ଅଧିକ ସୁନ୍ଦର ଦେଖାଯିବା ପାଇଁ କେହି କେହି ଆର୍ଟିଫେସିଆଲ୍ ବ୍ୟୁଟି ଟ୍ରିଟମେଣ୍ଟ୍ ର ସାହାରା ନେଇଥାନ୍ତି । କିନ୍ତୁ ଏଭଳି ଟ୍ରିଟମେଣ୍ଟ୍ ଆପଣଙ୍କ ଚେହେରାକୁ ଯେତେ ସୁନ୍ଦର କରିଥାଏ ପରମୂହୁର୍ତ୍ତରେ ତାକୁ ଅସୁନ୍ଦର ମଧ୍ୟ କରିଦିଏ । ଏହାର ଅନେକ ପ୍ରକାର ସାଇଡ ଇଫେକ୍ଟ ଥାଏ ।

ଏଭଳି କିଛି ହେଲା ୨୯ ବର୍ଷୀୟ ରାସେଲ୍ ନାପିୟର୍ ଙ୍କ ସହ । ଏହି ମହିଳା ଜଣକ ସୁନ୍ଦରୀ ଦେଖାଯିବା ପାଇଁ ନିଜ ଓଠର ସର୍ଜରୀ କରିଥିଲେ । କିନ୍ତୁ ଫଳାଫଳ ହେଲା ଓଲଟା । ସୁନ୍ଦରୀ ଦେଖାଯିବା ବଦଳରେ ତାଙ୍କ ଓଠର ସାଇଜ୍ ଦୁଇଗୁଣା ଅଧିକ ମୋଟା ହୋଇଗଲା । ଏହାପରେ ତାଙ୍କୁ ହସପିଟାଲ୍ ନେବାକୁ ପଡିଲା । ୭୨ ଘଣ୍ଟା ପରେ ତାଙ୍କ ଓଠ ସାମାନ୍ୟ ସ୍ତରକୁ ଆସିଲା ।