ମନୀଷ ସିସୋଦିଆଙ୍କୁ ନେଇ ଥମୁନି ବିବାଦ । ଜେଲ୍ ଭିତରେ ଥିବାବେଳେ, ଟ୍ୱିଟ୍ ବଢାଇଲା ଚର୍ଚ୍ଚା ।

172

କନକ ବ୍ୟୁରୋ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଜେଲରେ ଥିବା ଆପ୍ ନେତା ମନିଷ ସିସୋଦିଆଙ୍କୁ ନେଇ ଥମୁନି ରାଜନୈତିକ ବିବାଦ । ମନିଷ ସିସୋଦିଆ ଗିରଫ ହେବା ପରେ ଆମ ଆଦମି ପାର୍ଟି ଓ ବିଜେପି ପରସ୍ପର ଉପରେ ସଙ୍ଗୀନ ଅଭିଯୋଗ ଆଣିବାରେ ଲାଗିଛନ୍ତି । ତେବେ ବିଜେପି ପୁଣି ଥରେ ମନିଷ ସିସୋଦିଆଙ୍କୁ ଟାର୍ଗେଟ କରିଛି । ସିସୋଦିଆ ଏବେ ଜେଲରେ ଥିବା ଯୋଗୁଁ ତାଙ୍କ ଟ୍ୱିଟରକୁ ବ୍ଲକ କରିବାକୁ କହିଛି ବିଜେପି । ସୂଚନା ଅନୁଯାୟୀ, ମନୀଷ ସିସୋଦିଆଙ୍କ ଟ୍ୱିଟରକୁ ନେଇ ତେଜିଛି ଏହି ବିବାଦ ।

ସିସୋଦିଆ ବର୍ତ୍ତମାନ ଜେଲରେ ଥିବାବେଳେ ତାଙ୍କ ଆକାଉଣ୍ଟରୁ ଏକ ଟ୍ୱିଟ ହୋଇଛି । ଯେଉଁଥିରେ ଲେଖା ହୋଇଛି ଯେ, ଏବେ ପର୍ଯ୍ୟନ୍ତ ଶୁଣିଥିଲି, ଯେବେ ଦେଶରେ ସ୍କୁଲ ଖୋଲା ହୁଏ ତେବେ ଜେଲ ବନ୍ଦ ହୁଏ, ହେଲେ ଏବେ ଏମାନେ ତ ସ୍କୁଲ ଖୋଲୁଥିବା ଲୋକଙ୍କୁ ହିଁ ଜେଲରେ ବନ୍ଦ କରିବା ଆରମ୍ଭ କରିଲେଣି । ଏହାକୁ ନେଇ ବିଜେପିର ପରବେସ ସାହିବ ସିଂ ‘ଜେଲରେ ସିସୋଦିଆଙ୍କ ପାଖେ ଫୋନ’ ବୋଲି ପ୍ରଶ୍ନ କରିଛନ୍ତି । ଅନ୍ୟପଟେ ସିସୋଦିଆଙ୍କ ଆକାଉଣ୍ଟରୁ ହୋଇଥିବା ଟ୍ୱିଟ କିଏ କରିଛନ୍ତି ଏନେଇ ସ୍ପଷ୍ଟ ହୋଇନାହିଁ ।