କନକ ବ୍ୟୁରୋ : ସବୁଠୁ ଅଧିକ ଧନୀ ବ୍ୟକ୍ତିଙ୍କ ନାଁ ଆସିଲେ ପ୍ରଥମେ ଏଲନ ମସ୍କ, ମୁକେଶ ଅମ୍ବାନୀଙ୍କ ଭଳି ନାମୀଦାମୀ ଲୋକଙ୍କ ନାଁ ଆସିଥାଏ । ଆଉଁ ତାଙ୍କର ଲାଇଫ୍ ଷ୍ଟାଇଲ ମଧ୍ୟ ବେସ୍ ଉଚ୍ଚକୋଟିର । ଘରଠୁ ଆରମ୍ଭ କରି କାର୍ ଏବଂ ଖାଦ୍ୟ ପେୟ ସବୁକିଛି ବେସ୍ ଉଚ୍ଚ କୋଟିର ହୋଇଥାଏ । କିନ୍ତୁ ଦୁନିଆରେ ଏପରି ଜଣେ କୋଟିପତି ଅଛନ୍ତି ଯିଏ ପଇସା ସଞ୍ଚୟ କରିବା ପାଇଁ ବିଲେଇ ଖାଦ୍ୟ ମଧ୍ୟ ଖାଇ ନିଅନ୍ତି । କଥାଟା ଆଶ୍ଚର୍ଯ୍ୟ ଲାଗୁଥିବା ନିଶ୍ଚୟ । ତାହେଲେ ଆସନ୍ତୁ ଜାଣିବା କିଏ ସେହି କୋଟିପତି ମହିଳା...

Advertisment

୫୧ ବର୍ଷର ଏହି କୋଟିପତି ମହିଳାଙ୍କ ନାଁ ହେଉଛି ଏମି ଏଲିଜାବେଥ୍ । ସେ ଆମେରିକାର ଲାସ୍ ବେଗାସର ବାସିନ୍ଦା । ସେ ପ୍ରାୟ ୪୩ କୋଟି ସମ୍ପତ୍ତିର ମାଲିକ ଅଟନ୍ତି । କିନ୍ତୁ ସେ ଟଙ୍କା ଖର୍ଚ୍ଚ କରିବା ପାଇଁ ଚାହାନ୍ତି ନାହିଁ । ପ୍ରତି ମାସରେ କେତେ ଟଙ୍କା ଖର୍ଚ୍ଚ ହେବ ସେଥିପାଇଁ ଏକ ବଜେଟ୍ ମଧ୍ୟ ପ୍ରସ୍ତୁତ କରିଛନ୍ତି । ସେ ମାସକୁ ୮୦ ହଜାର ଟଙ୍କା ଖର୍ଚ୍ଚ କରିବା ପାଇଁ ବଜେଟ୍ ପ୍ରସ୍ତୁତ କରି ରଖିଛନ୍ତି । ସେ ତାଙ୍କ ବଜେଟରୁ ଏକ ଟଙ୍କା ବି ଅଧିକ ଖର୍ଚ୍ଚ କରିବାକୁ ଚାହାନ୍ତି ନାହିଁ । ତେଣୁ ସେ ଟଙ୍କା ବଞ୍ଚାଇବା ପାଇଁ ଗୋଟିଏ ମିନିଟ୍ ବି ୱାଟର ହିଟରକୁ ଅଧିକ ସମୟ ଚଲାନ୍ତି ନାହିଁ । ଏପରିକି ସେ ଯେଉଁ ଘରେ ରୁହନ୍ତି ସେହି ଘର ତାଙ୍କ ପୂର୍ବ ସ୍ୱାମୀଙ୍କ ଘର । ସେହି ଘରକୁ ତାଙ୍କ ପୂର୍ବ ସ୍ୱାମୀ ହିଁ ଆସି ସଫା କରିଥାନ୍ତି । ସେ ତାଙ୍କ ଘର ସଫା କରିବା ପାଇଁ କୌଣସି ଚାକର ଚାକରାଣୀ ମଧ୍ୟ ରଖିନାହାନ୍ତି ।

ଏକ ଟିଭି ସୋ’ରେ ଏମି ତାଙ୍କର ନିତିଦିନିଆ ଖର୍ଚ୍ଚ ବାବଦରେ ଖୁଲାସା କରିଥିଲେ । ଟିଭି ସୋ’ରେ ସେ କହିଥିଲେ, ପଇସା ବଞ୍ଚାଇବା ପାଇଁ କେବେ କେବେ ବିଲେଇର ଖାଇବା ବି ଖାଇନିଅନ୍ତି ଏମି । କେବଳ ଏତିକି ନୁହେଁ ଟିଭି ସୋ’ରେ ଆଉ ଏକ ବଡ ଖୁଲାସା ମଧ୍ୟ କରିଥିଲେ । ତାଙ୍କ ଘରକୁ ଆସୁଥିବା ଅତିଥିଙ୍କୁ ବିଲେଇର ଖାଇବା ମଧ୍ୟ ଖାଇବାକୁ ଦେଇଥିବା ସେ ନିଜେ ସ୍ୱିକାର କରିଥିଲେ । ସେ କହନ୍ତି ଲୋକଙ୍କୁ ମୋର ବ୍ୟବହାର ବିଚିତ୍ର ଲାଗିପାରେ କିନ୍ତୁ ଏହା ଦ୍ୱାରା ମୋର ପଇସା ବଞ୍ଚିଥାଏ ତେଣୁ ଏଥିରେ ମତେ କୌଣସି ଫରକ ପଡିନଥାଏ ।