ଓଡିଶାରେ ଏଯାଏଁ ହୋଇନାହିଁ ଓମିକ୍ରନର ଗୋଷ୍ଠୀ ସଂକ୍ରମଣ । କିନ୍ତୁ ସ୍ଥାନୀୟ ଅଞ୍ଚଳରେ ବଢିଛି ଓମିକ୍ରନ ମାମଲା

145

କନକ ବ୍ୟୁରୋ : ଓଡ଼ିଶାରେ ଏଯାଏଁ ହୋଇନି ଗୋଷ୍ଠୀ ସଂକ୍ରମଣ । କିନ୍ତୁ ଗୋଷ୍ଠୀ ସଂକ୍ରମଣ ମୁହାଁ ଓଡ଼ିଶା । ଏହା କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ସେ କହିଛନ୍ତି ଗୋଷ୍ଠୀ ସଂକ୍ରମଣର ଅର୍ଥ ସ୍ଥାନୀୟ ଅଞ୍ଚଳରେ ଓମିକ୍ରନ୍ ସଂଖ୍ୟା ବଢିବା । ଆମ ରାଜ୍ୟରେ କେତେ ପ୍ରତିଶତ ସଂକ୍ରମଣ ହେଲାଣି ତାହା ଜାଣିବା ପାଇଁ ଅପେକ୍ଷା କରିବାକୁ ପଡ଼ିବ ।
କିଛି ଦିନ ତଳେ ହୋଇଥିବା ଜିନମ୍ ସିକ୍ୱେନସିଂ ଅନୁସାରେ ୬୦ ପ୍ରତିଶତ ଥିଲା । ବାହାର ଦେଶର ଯାତ୍ରା ବିନା ଯଦି ଗୋଟିଏ ସ୍ଥାନରେ ରୋଗ ଓ ରୋଗୀ ସଂଖ୍ୟା ବଢିବାର ଅର୍ଥ ଗୋଷ୍ଠୀ ସଂକ୍ରମଣ ହୋଇଛି । ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ଏବେ ରାଜ୍ୟରେ ମାତ୍ର ୨ ପ୍ରତିଶତରୁ କମ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଯଦି ସାମାନ୍ୟ ଲକ୍ଷଣ ରହୁଛି ପରୀକ୍ଷା କରାଇ ନେବାକୁ କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।