ଦେଶବାସୀଙ୍କୁ ରାତି ୮ଟାରେ ଆଜି ପ୍ରଧାନମନ୍ତ୍ରୀ ମୋଦି କରିବେ ସଂବୋଧନ । କରୋନା ଭୂତାଣୁର ସଂକ୍ରମଣର ନିରାକରଣ ନେଇ ରଖିବେ ମତ

247

କନକ ବ୍ୟୁରୋ : ଆଜି ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ମୋଦି ସଂବୋଧନ କରିବେ । ଆଜି ରାତି ୮ଟାରେ ମୋଦିଙ୍କ ଏହି ସଂବୋଧନ ରହିଛି । ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ବକ୍ତବ୍ୟରେ କୋଭିଡ୍ ୧୯ ସହ ଜଡିତ ବିଭିନ୍ନ ବିଷୟ ଓ ଏହାର ମୁକାବିଲା ସମ୍ପର୍କରେ ମତ ରଖିବେ ।  ପୂର୍ବରୁ ଦେଶର ସଂସଦର ସମସ୍ତ ସଦସ୍ୟ ନିଜ ନିଜର ନିର୍ବାଚନ ମଣ୍ଡଳିରେ କରୋନା ସମ୍ପର୍କରେ ସଚେତନତା ସୃଷ୍ଟି କରିବାକୁ ପ୍ରଧାନମନ୍ତ୍ରୀ ମୋଦି ପରାମର୍ଶ ଦେଇଥିଲେ ।

କରୋନା ଭୂତାଣୁ ସମ୍ପର୍କରେ ସଚେତନତା ସୃଷ୍ଟି କରିବାକୁ ଗଣମାଧ୍ୟମର ସହଯୋଗ ନେବାକୁ ମୋଦି ସାଂସଦଙ୍କୁ ପରାମର୍ଶ ଦେଇଛନ୍ତି । କରୋନା ଭୂତାଣୁ ମୁକାବିଲାରେ କଣ କରାଯିବା ଉଚିତ୍ କଣ କରାଯିବା ଉଚିତ୍ ନୁହଁ ସେ ବିଷୟରେ ପ୍ରଧାନମନ୍ତ୍ରୀ ସାଂସଦଙ୍କୁ ପରାମର୍ଶ ଦେଇସାରିଛନ୍ତି । ଆଜି ରାତି ୮ଟାରେ ମୋଦି ସାରା ଦେଶବାସୀଙ୍କୁ ସଂବୋଧନ କରିବେ ।